କନକ ବ୍ୟୁରୋ: ଚାରିଧାମ ଦର୍ଶନ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ପ୍ରତିବନ୍ଧକ । ଏଣିକି ମନ୍ଦିର ପରିସରରେ ବ୍ୟବହାର କରିପାରିବେନି ମୋବାଇଲ ଫୋନ ଏବଂ କ୍ୟାମେରା । ଦର୍ଶନ କରିବା ପୂର୍ବରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଫୋନ୍ ଏବଂ କ୍ୟାମେରା ଜମା କରାଯିବ । 

Advertisment

ଉତ୍ତରାଖଣ୍ତର ଚାରିଧାମ ଯାତ୍ରା ସମୟରେ ଏହି ମୋବାଇଲ ଫୋନ୍ ଏବଂ କ୍ୟାମେରା ସମ୍ପୂର୍ଣ୍ଣ ବ୍ୟାନ କରାଯିବ, ଯାହାକି ଚଳିତ ବର୍ଷଠାରୁ ଲାଗୁ କରାଯିବ । ସୂଚନା ଅନୁସାରେ ସମ୍ପୃକ୍ତ ଜିଲ୍ଲାର ମାଜିଷ୍ଟ୍ରେଟ, ବରିଷ୍ଠ ପୁଲିସ ଅଧୀକ୍ଷକ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିବା ପରେ,ଗଡ଼ୱାଲ କମିସନର ବିନୟ ଶଙ୍କର ପାଣ୍ଡେ ଗଣମାଧ୍ୟମଙ୍କୁ କହିଛନ୍ତି ଯେ ମୋବାଇଲ ଫୋନ୍ ଏବଂ କ୍ୟାମେରାକୁ ଅନୁମତି ଦେବା ଦ୍ୱାରା ଦର୍ଶନରେ ବହୁ ସମସ୍ୟା ଆସୁଛି।

ଆହୁରି ପଢନ୍ତୁ:ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ଦଳ ଘୋଷିତ: ଟ୍ବେଣ୍ଟି-୨୦ ଦଳକୁ ଫେରିଲେ ଶ୍ରୀୟଙ୍କା

ହେଲେ ପ୍ରଶ୍ନ ଉଠୁଛି, ଲୋକମାନେ ଚାରିଧାମ ଦର୍ଶନ କରିବାକୁ ଗଲେ ସାଧାରଣତଃ ଫଟୋ ଉଠାଇ ସ୍ମୃତି ରଖିବାକୁ ଚାହାନ୍ତି । ମାତ୍ର ଏପରି କ୍ୟାମେରା ଏବଂ ମୋବାଇଲ ଫୋନ୍ ବ୍ୟାନ୍ ହେଲେ କିପରି ଫଟୋ ଉଠାଇବେ? ତାହାର ଉତ୍ତର ଦେଇ ପାଣ୍ତେ କହିଛନ୍ତି, ଏହାକୁ ଧ୍ୟାନରେ ରଖି ଶ୍ରଦ୍ଧାଳୁ ମନ୍ଦିର ପ୍ରବେଶ କରିବା ସମୟରେ ମୋବାଇଲ ଫୋନ ଏବଂ କ୍ୟାମେରାକୁ ମନ୍ଦିର ପରିସରରେ ଜମା କରିକି ଯିବେ ଏବଂ ଦର୍ଶନ ପରେ ଶ୍ରଦ୍ଧାଳୁଙ୍କୁ ତାଙ୍କ ମୋବାଇଲ ଫୋନ୍ ଦିଆଯିବ, ସେମାନେ ମନ୍ଦିର ବ୍ୟାକଗ୍ରାଉଣ୍ତରେ ଛିଡା ହେଇ ନିଜର ଫୋଟ ଏବଂ ଭିଡିଓ ନେଇପାରିବେ। 

ରିର୍ପୋଟ ଅନୁସାରେ ଗତ ବର୍ଷ ୫୦ ଲକ୍ଷ ଭକ୍ତ ଚାରିଧାମ ଦର୍ଶନ କରିଥିଲେ। କମିସନର କହିଛନ୍ତି ଯେ ଗତବର୍ଷ ୫୦ ଲକ୍ଷରୁ ଅଧିକ ଭକ୍ତ ଉତ୍ତରାଖଣ୍ଡ ଚାରୋଟି ପବିତ୍ର ତୀର୍ଥସ୍ଥଳ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ପରିଦର୍ଶନ କରିଥିଲେ। ଚଳିତ ବର୍ଷ,ତୀର୍ଥଯାତ୍ରାକୁ ଆହୁରି ସୁଗମ ଏବଂ ସହଜ କରିବା ପାଇଁ ପ୍ରୟାସ କରାଯିବ। ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।