କନକ ବ୍ୟୁରୋ: ଗତକାଲି ଜିଏସ୍‌ଟି ସ୍ଲାବ୍‌ ଘୋଷଣା ହେବା ପରେ ଆଜି ଭାରତୀୟ ସେୟାର ମାର୍କେଟରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ବଜାର ଖୋଲିବା ବେଳେ ସେନସେକ୍ସ ୭ ଶହ ପଏଣ୍ଟ ଓ ନିଫ୍ଟି ୨ ଶହ ପଏଣ୍ଟ ବୃଦ୍ଧି ପାଇଥିଲା । ଜିଏସଟି ପରିଷଦ ଅନେକ ବଡ଼ ପରିବର୍ତ୍ତନକୁ ଅନୁମୋଦନ କରିବା ପରେ ଏଭଳି ହୋଇଛି । ସରକାର ଅନେକ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରିଛନ୍ତି । ଆଶା କରାଯାଉଛି ଯେ ଲୋକମାନେ ପର୍ବପର୍ବାଣୀ ପୂର୍ବରୁ ଅଧିକ କିଣାକିଣି କରିବେ ଏବଂ ଆମେରିକା ଟାରିଫର ପ୍ରଭାବ ମଧ୍ୟ ହ୍ରାସ ପାଇବ । ଜିଏସ୍‌ଟି ସ୍ଲାବ ଘୋଷଣା ପରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତ ଇଣ୍ତେକ୍ସରେ ବୃଦ୍ଧି ପରେ ବିଏସଇରେ ତାଲିକାଭୁକ୍ତ କମ୍ପାନିର ବଜାର ମୂଲ୍ୟ ୧ ଦଶମିକ ୭ କୋଟି ଟଙ୍କା ବୃଦ୍ଧି ପାଇ ୪୫୪ ଦଶମିକ ୯୯ ଲକ୍ଷ କୋଟି ଟଙ୍କା ହୋଇଛି । ଅଟୋମୋବାଇଲ ଓ ଏଫ୍‌ଏମ୍‌ସିଜି ଷ୍ଟକ୍‌ ଗୁଡ଼ିକରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ବ୍ୟାଙ୍କିଂ ଓ ଡିଫେନ୍ସ ଷ୍ଟକଗୁଡ଼ିକରେ ହ୍ରାସ ଦେଖିବାକୁ ମିଳିଛି । 

Advertisment

ଷ୍ଟକ୍ ବଜାରରେ ବୃଦ୍ଧି
କାରବାର ଆରମ୍ଭରେ ସେନସେକ୍ସ ୭୦୦, ନିଫ୍ଟି ୨୦୦ ପଏଣ୍ଟ ବୃଦ୍ଧି
ଅନେକ ସାମଗ୍ରୀ ଉପରେ ଜିଏସଟି ହ୍ରାସର ପ୍ରଭାବ
ଆମେରିକା ଟାରିଫ୍ ପ୍ରଭାବ ହ୍ରାସ ପାଇବା ଆଶା
ବିଏସଇର ସମସ୍ତ କମ୍ପାନିଙ୍କ ବଜାର ମୂଲ୍ୟ ୧. ୭ କୋଟି ଟଙ୍କା ବୃଦ୍ଧି 
ଅଟୋମୋବାଇଲ, ଏଫ୍‌ଏମ୍‌ସିଜି ଷ୍ଟକ୍‌ରେ ବୃଦ୍ଧି
ବ୍ୟାଙ୍କିଂ ଓ ଡିଫେନ୍ସ ଷ୍ଟକରେ ହ୍ରାସ