କନକ ବ୍ୟୁରୋ: ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ କଲା ପାଣିପାଗ ବିଭାଗ । ଆଗାମୀ ୨ରୁ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲାଗୁଡିକ ହେଉଛି କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ, ଜୟପୁର, ବାଲେଶ୍ବର, ଗଞ୍ଜାମ । ଏସବୁ ଜିଲ୍ଲାକୁ କୁଆପଥର ମାଡ ସହ କାଳବୈଶାଖୀ ବର୍ଷା ହୋଇପାରେ । ଏହା ସହ ଘଣ୍ଟାକୁ ୬୦ରୁ ୭୦ କିମି ବେଗରେ ପବନ ବହିବା ନେଇ ସୂଚନା ରହିଛି । ରାଜ୍ୟର ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି।
ଅନ୍ୟପଟେ ବଜ୍ରପାତରେ ୩ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ବଜ୍ରପାତ ନେଇଛି ଜୀବନ । ଆଈ ,ନାତୁଣୀଙ୍କ ସହ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/16/65IAjzyiwRGGoiheI5AK.jpg)