କନକ ବ୍ୟୁରୋ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଅନୁଷ୍ଠିତ ଜୈନ ସମ୍ପ୍ରଦାୟର ଏକ ଧାର୍ମିକ କାର୍ଯ୍ୟକ୍ରମରେ ୧ କୋଟି ଟଙ୍କାର ଏକ କଳସ ଚୋରି । ଏହି ଚୋରି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯାହା ଆଶ୍ଚର୍ଯ୍ୟ କଲା ପରି । ସିସିଟିଭି ଫୁଟେଜରେ ଚୋର ଜଣଙ୍କ ଧୋତି-କୁର୍ତ୍ତା ପିନ୍ଧି ଏହି ମୂଲ୍ୟବାନ କଳସ ଚୋରି କରିନେଉଥିବାର ଦୃଶ୍ୟମଳାନ ହେଉଛି । ଏହି ପବିତ୍ର ପରିବେଶ ମଧ୍ୟରେ ଏହି ଚୋରି ଘଟଣା ଯାହା କେବଳ ଆୟୋଜକଙ୍କୁ ନୁହେଁ ବରଂ ସମଗ୍ର ସମାଜକୁ ଆଶ୍ଚର୍ଯ୍ୟ କରିଦେଇଛି । ପ୍ରକୃତରେ, ଧୋତି କୁର୍ତ୍ତା ପିନ୍ଧିଥିବା ଚୋର ଜଣଙ୍କ ଏକ କୋଟି ଟଙ୍କାର କଳସକୁ ବେଶ୍ ଚତୁରତାର ସହ ଚୋରି କରି ନେଇଛି । ଏହି ମାମଲା ସମ୍ପର୍କରେ ପୁଲିସ କହିଛି ଯେ ଅଭିଯୁକ୍ତ ଜଣଙ୍କ ବହୁ ଦିନ ଧରି ସେଠାକୁ ଆସୁଥିଲେ ।
ବାବସ୍ତବରେ ୨୮ ଅଗଷ୍ଟରୁ ୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଧାର୍ମୀକ ଅନୁଷ୍ଠାନରେ ପ୍ରତ୍ୟେକ ଦିନ ବିଶେଷ ପୂଜାର୍ଚ୍ଚନା ହେଉଛି ।
ପ୍ରତ୍ୟେକ ଦିନ ପରି ମଙ୍ଗଳବାର ସକାଳେ ମଧ୍ୟ ଭକ୍ତମାନେ ବହୁ ସଂଖ୍ୟାରେ ପହଞ୍ଚିଥିଲେ । କାର୍ଯ୍ୟକ୍ରମର ଆୟୋଜକ ଏବଂ ଜଣାଶୁଣା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏହି ସମୟରେ, ପ୍ରାୟ ୭୬୦ ଗ୍ରାମ ସୁନାରେ ତିଆରି ଏବଂ ୧୫୦ ଗ୍ରାମ ହୀରା, ମାଣିକ ଏବଂ ମଣି ଖଚିତ ଏକ କଳସ, ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ବୋଲି କୁହାଯାଉଛି । ଏକ ସ୍ୱତନ୍ତ୍ର ମଞ୍ଚରେ ସ୍ଥାପନ କରାଯାଇଥିଲା ।
ସକାଳ ୯:୨୦ ରୁ ୧୦ ଟା ମଧ୍ୟରେ ଥିଲା । ଭଜନ ଏବଂ କୀର୍ତ୍ତନ ଚାଲିଥିଲା । ଏହି ସମୟରେ ହଠାତ୍ କଳସଟି ଗାଏବ ହୋଇଗଲା। ପ୍ରଥମେ ଭାବିଥିଲେ ଯେ ହୁଏତ କେହି ଏହାକୁ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। କିନ୍ତୁ ଖୋଜାଖୋଜି ପରେ ନ ମିଳିବାରୁ ପରିବେଶ ଗମ୍ଭୀର ହୋଇଗଲା । କିଛି ସମୟ ମଧ୍ୟରେ ଜଣାପଡିଲା ଯେ ଏହା ଏକ ଯୋଜନାବଦ୍ଧ ଚୋରି । ସିଭିଲ୍ ଲାଇନ୍ସରେ ରହୁଥିବା ବ୍ୟବସାୟୀ ଏବଂ ସଂଗଠକ ସୁଧୀର ଜୈନ ତୁରନ୍ତ ଏକ ଇ-ଏଫଆଇଆର୍ ଦାୟର କଲେ ।
ପୁଲିସକୁ ଡକାଗଲା ଏବଂ ତଦନ୍ତ ଆରମ୍ଭ ହେଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ଏହି କାର୍ଯ୍ୟକ୍ରମର ଅନେକ ଦିନ ଧରି ରେକିଙ୍ଗ କରୁଥିଲେ। ସେ ପ୍ରତିଦିନ ଧୋତି-କୁର୍ତ୍ତା ପିନ୍ଧି ଭକ୍ତଙ୍କ ଭିଡ଼ ସହିତ ମିଶିବା ସହିତ ମଞ୍ଚରେ ବସିଥିବା ଲୋକଙ୍କ ସହିତ ମଧ୍ୟ ମିଳାମିଶା କରୁଥିଲେ । ଆୟୋଜକ ପୁନିତ ଜୈନ ଦାବି କରିଛନ୍ତି ଯେ ଏହି ବ୍ୟକ୍ତି ନିଜକୁ ପୂଜାରୀ ଭାବରେ ପରିଚୟ ଦେଇ ମନ୍ଦିରରେ ତିନିଥର ଚୋରି କରିସାରିଛନ୍ତି । ସେ ପୁରୁଣା ସିସିଟିଭି ଫୁଟେଜ୍ ମଧ୍ୟ ପୁଲିସକୁ ହସ୍ତାନ୍ତର କରିଛନ୍ତି ।
ଦିଲ୍ଲୀ ପୁଲିସର କହିବା ଅନୁଯାୟୀ, ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋ କଏଦ ହୋଇଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଅଭିଯୁକ୍ତ ଜଣକ ଷ୍ଟେଜରେ ବହୁତ ଆରାମରେ ଘୂରିବୁଲୁଛନ୍ତି ଏବଂ ସୁଯୋଗ ପାଇବା କ୍ଷେଣି ସେ କଳସଟି ଉଠାଇ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଉତ୍ତର ଦିଲ୍ଲୀ ଡିସିପି ରାଜା ବାନ୍ଥିଆ କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ବିଚାର କରି ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ସେ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରେ ଏହା ସ୍ପଷ୍ଟ ହୋଇଛି ଯେ ଅଭିଯୁକ୍ତ ବହୁ ଦିନ ଧରି ସେଠାକୁ ଆସୁଥିଲା। ବର୍ତ୍ତମାନ ପଚରାଉଚରା ଏବଂ ତଦନ୍ତ ଚାଲିଛି । ସନ୍ଦିଗ୍ଧ ବ୍ୟକ୍ତି ଧରାପଡ଼ିଲେ ହିଁ ସ୍ପଷ୍ଟ ହେବ ଯେ ସେ ପୂର୍ବ ମନ୍ଦିର ଚୋରିରେ ସମ୍ପୃକ୍ତ ଥିଲା କି ନାହିଁ ।