କନକ ବ୍ୟୁରୋ: ସମୁଦ୍ର ବେଳାଭୁମୀରୁ ଲୋପ ପାଇବାକୁ ବସିଲାଣି ନାଲି କଙ୍କଡା। ବେଳାଭୁମୀରେ ଅବାଧରେ ଯାନ ବାହାନ ଚଳାଚଳ, ସମୁଦ୍ର ପାଣିରେ ବର୍ଯ୍ୟବସ୍ତୁ ମିଶ୍ରଣ ଏବଂ ପାଣି ପାଗ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ବେଳଭୁମୀର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ ନାଲି କଙ୍କଡାଙ୍କ ଲୁଚକାଳି ଖେଳ। ହେଲେ ଏବେ ଆଉ ଏତେ ମାତ୍ରାରେ ଦେଖିବାକୁ ମିଳୁନାହିଁ ।  

Advertisment

ବାଲେଶ୍ବର ଭୋଗରାଇ ବ୍ଲକର ୨ଟି ମୋନରମ ବେଳାଭୂମୀ ଉଦୟପୁର ଓ ତାଳସାରୀ । ୩ କିଲୋମିଟର ବ୍ୟାପି ବେଳାଭୂମିର ସୌନ୍ଦର୍ୟ୍ୟ ପର୍ୟ୍ୟଟନକୁ ଆକୃଷ୍ଟ କରେ । ବେଳାଭୂମୀର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଘନ ଝାଉଁବଣ ଏବଂ ନାଲି କଙ୍କଡାଙ୍କ ଲୁଚକାଳି ଖେଳ। ଏବେ ଏହି ଜଳଚର ଜୀବଙ୍କ ସଂଖ୍ୟା କମି ଯାଉଥିବା ଦେଖିବାକୁ ମିଳୁଛି । ବେଳାଭୂମିରେ ଅବାଧରେ ବାଇକ ଚଲାଇବା, ସମୁଦ୍ର ପାଣିରେ ବର୍ୟ୍ୟବସ୍ତୁ ମିଶ୍ରଣ ଏବଂ ପାଣିପାଗ ପରିବର୍ତନର ପ୍ରଭାବ ବୋଲି କୁହାଯାଉଛି । 

ନାଲି କଙ୍କଡ଼ାଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ବେଳାଭୂମୀର ସୌନ୍ଦର୍ଯ୍ୟ ଫେରାଇ ଆଣିବା ପାଇଁ ଅବାଧ ଯାନବାହାନ ଚଳାଚଳ ବନ୍ଦ କରିବା ସହିତ ସମୁଦ୍ର ଜଳକୁ ରାସାୟନିକ ମୁକ୍ତ କରିବା ନିହାତି ଜରୁରୀ । ଅନନ୍ତ ଦାସ ଫାଉଣ୍ଡେସନ ପକ୍ଷରୁ ଉଦୟପୁର ବେଳାଭୂମିରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବିଭିନ୍ନ ସ୍ଥାନରେ ହୋଡିଂ ଲଗାଯାଇଛି । ଏହି ନାଲି କଙ୍କଡାର ଉପକାରିତା ସମ୍ପର୍କରେ ପରିବେଶବିତ୍‌ ଅନେକ କିଛି ମତ ରଖିବା ସହ ଏହା ପରିବେଶ ପାଇଁ ବହୁ ଆବଶ୍ୟକ ବୋଲି କହିଛନ୍ତି। ନାଲି କଙ୍କଡା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଵା ସହ ବେଳାଭୂମୀ ପରିଷ୍କାର କରିବାରେ ମଧ୍ୟ ସହାୟକ ହୋଇଥାନ୍ତି । ବେଳାଭୂମିରେ ପଡୁଥିବା ମୃତ ମାଛକୁ ଖାଇ ଦୁର୍ଗନ୍ଧରୁ ମୁକ୍ତ କରିଥାନ୍ତି ।