ଲଘୁଚାପ ନେଲା ଅବପାତ ରୂପ ; ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା

ଅବପାତରେ ପରଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୩ ଜିଲ୍ଲାକୁ ରେଡ୍ ଆଲର୍ଟ । ବର୍ଷାରେ ବେହାଲ୍ କୋରାପୁଟ ଓ ମାଲକାନଗିରି  । ପୋଲ ଉପରେ ଚାଲୁଛି ପାଣି । କିଛି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ । 

5

କନକ ବ୍ୟୁରୋ:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି  । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝିପିଝିପି ବର୍ଷା ହେଉଛି  । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିଛି । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି  । ଏହି ୩ ଜିଲ୍ଲାର ଅନେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ କଚ୍ଚାଘର ଭାଙ୍ଗିଛି  । ବର୍ଷା ଯୋଗୁଁ ଦୁର୍ବଳ କାନ୍ଥ ଭୁଶୁଡ଼ି ପଡିଛି  । ଅତିପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତିକୁ ଅରେଞ୍ଜ ୱାର୍ଣ୍ଣିଂ ସର୍ତକତା ଜାରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe