ମମତାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ୨୫ ହଜାର ଶିକ୍ଷକ, କର୍ମଚାରୀ ନିଯୁକ୍ତି ବାତିଲ

Advertisment

ପଶ୍ଚିମବଙ୍ଗର ଟିଏମସି ସରକାରକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ଶିକ୍ଷକ ନିଯୁକ୍ତି ମାମଲାର ଶୁଣାଣି କରି ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପଶ୍ଚିମବଙ୍ଗର ଟିଏମସି ସରକାରକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ଶିକ୍ଷକ ନିଯୁକ୍ତି ମାମଲାର ଶୁଣାଣି କରି ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

kkfrvgr

Photograph: (kanak news)

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଟିଏମସି ସରକାରକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ଶିକ୍ଷକ ନିଯୁକ୍ତି ମାମଲାର ଶୁଣାଣି କରି ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ନିଯୁକ୍ତିକୁ ରଦ୍ଦ କରିବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଚୟନ ପ୍ରକ୍ରିୟାକୁ ଦୁର୍ନୀତିଗ୍ରସ୍ତ ଏବଂ କଳଙ୍କିତ ବୋଲି କହିଛନ୍ତି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ । 

କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ବ୍ୟକ୍ତିଗତ ଭାବେ ସେ ଏହି ରାୟ ଗ୍ରହଣୀୟ ନୁହେଁ । କିନ୍ତୁ ସରକାର ନୂଆ ନିଯୁକ୍ତି ପାଇଁ ପୁନଃ ପରୀକ୍ଷା କରିବେ ।

୨୦୧୬ ମସିହାରେ ପଶ୍ଚିମବଙ୍ଗ ଏସଏସସି ଦ୍ବାରା ଦ୍ବାରା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରକିୟା ଆରମ୍ଭ ହୋଇଥିଲା । 
୨୪ ହଜାର ୬୪୦ ପଦବୀ ପାଇଁ ୨୩ ଲକ୍ଷ ଆଶାୟୀ ଆବଦେନ କରିଥିଲେ ।
 ପରେ ୨୫, ୭୫୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । 
ଫାଙ୍କା ଥିବା ପଦବୀରୁ ଅଧିକ ସଂଖ୍ୟାରେ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଥିଲା ।
 ନିଯୁକ୍ତି ପାଇଥିବା କିଛି ଛାତ୍ର ଓଏମଅର ସିଟ୍ ଫାଙ୍କା ଛାଡିଥିଲେ ।
 ସେମାନଙ୍କୁ ୧୨ % ସୁଧ ଦରମା ଫେରାବାକୁ ନିର୍ଦ୍ଦେଶ ଦେଇଥିଲେ ପଶ୍ଚିମବଙ୍ଗ ହାଇକୋର୍ଟ

ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଗଠିତ ଖଣ୍ଡପୀଠ କହିଛନ୍ତି, ନିଯୁକ୍ତି ବାତିଲ ହୋଇଥିବା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ । ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବା ସହ  ତିନି ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମାନବିକତା ଦୃଷ୍ଟିରୁ କେବଳ ଭିନ୍ନକ୍ଷମ କର୍ମଚାରୀଙ୍କୁ କାର୍ୟ୍ୟରେ ରଖାଯିବାକୁ କୁହାଯାଇଛି ।

ଏହି ଦୁର୍ନୀତିର ସିବିଆଇ ତଦନ୍ତ ଏବଂ ନିଯୁକ୍ତି ରଦ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି । ଦୁର୍ନୀତି ଯୋଗୁ ୨୫ ହଜାର ନିଯୁକ୍ତି ବାତିଲ ମମତା ସରକାରଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe