କନକ ବ୍ୟୁରୋ : ମାଲକାନଗିରି କୋତାମେଟାଠାରେ ଯାତ୍ରା ମଞ୍ଚରେ ଅପସଂସ୍କୃତି ପରିବେଷଣ ପରେ ଆଇଟମ୍ ଡ୍ୟାନ୍ସକୁ ସର୍ତ୍ତମୂଳକ ଅନୁମତି ଦେଇଛି ମାଲକାନଗିରି ପୋଲିସ । କ୍ୟାମେରାରେ ରେକର୍ଡ ହୋଇଛି ଯାତ୍ରାର ରେକର୍ଡ ଡାନ୍ସ । ପୋଲିସ ନିକଟରେ ଅଣ୍ଡରଟେକିଙ୍ଗ ଲେଖି ସବୁ ସର୍ତ୍ତ ମାନି ଆଇଟମ୍ ଡାନ୍ସ ଆୟୋଜନ କରିଛନ୍ତି ଯାତ୍ରା କମିଟି ଆୟୋଜକ । ଇଏ ହେଉଛି ମାଲକାନଗିରି ସଦର ମହକୁମାର ଚିତ୍ର । ଆରମ୍ଭରୁ ଶେଷ ରେକର୍ଡ ଡାନ୍ସକୁ ରେକର୍ଡ କରିବା ଲାଗି କ୍ୟାମେରା ଲଗାଇଛନ୍ତି ଆୟୋଜକ । ସୋମବାର ମାଲକାନଗିରି ଡିଏନକେ ଖେଳ ପଡିଆରେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ କଠୋର ସର୍ତ୍ତ  ରଖିଥିଲା ପୁଲିସ । ନିଶା ଆପତ୍ତି ଜନକ ନାଚ ପରିବେଷଣ କରିବେନି ବୋଲି ଅଣ୍ଡରଟେକିଙ୍ଗ ଦେଇଥିଲେ ଆୟୋଜକ ।  ଆଉ ପୋଲିସର ସର୍ତ୍ତ ଅନୁସାରେ ଯାତ୍ରା ମଞ୍ଚରେ ଲାଗିଥିଲା କ୍ୟାମେରା । ପୁଲିସ ମଧ୍ୟ ନିଶାଙ୍କ ନାଚ ସମୟରେ ଏକ ସ୍ୱତନ୍ତ୍ର କ୍ୟାମେରା ଲଗାଇଥିଲା । ସଜାଗ ରହିଥିଲେ ପୁଲିସ କର୍ମଚାରୀ । 

Advertisment

ଯୁବ ପିଢି ଆଇଟମ ଡାନ୍ସ ଦେଖିବାକୁ ପସନ୍ଦ କରୁଥିବାରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ଏବଂ ଭଲ ବ୍ୟବସାୟ ଲକ୍ଷ୍ୟରେ ଆଇଟମ୍ ନାଚ ପରିବେଷଣ ପାଇଁ ବାଧ୍ୟ ହେଉଛନ୍ତି ଆୟୋଜକ ଓ ଯାତ୍ରା ମାଲିକ । ତେବେ ଆଇଟମ ଡାନ୍ସ ନାଁ ରେ ଅଶ୍ଳିଳତା ଆଦୌ ଗ୍ରହଣୀୟ ନୁହେଁ । ମାଲକାନଗିରି ସଦର ମହକୁମା ମଞ୍ଚରେ ଅପସଂସ୍କୃତି କିମ୍ବା ଅଶ୍ଳିଳତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି । ଗତ ଶନିବାର ରାତିରେ ମାଲକାନଗିରି କୋତାମେଟା ଯାତ୍ରା ମଂଚରେ ସାହୁ ଭାଉଜଙ୍କ ଅଶ୍ଳିଳ ନାଚ ପରେ ଭାଗ୍ୟଶ୍ରୀ ସାହୁ ଓ ଯାତ୍ରା କମିଟି ବିରୋଧରେ ରୁଜୁ ହୋଇଥିଲା ମାମଲା । ଆଉ ଯାତ୍ରା ଉପଭୋଗ କରୁଥିବା ମାଥିଲି ଆଇଆଇସିଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ । ଏବେ ଅପେକ୍ଷା ଯାତ୍ରାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର କେବେ ଲାଗୁ କରୁଛନ୍ତି ମାର୍ଗଦର୍ଶିକା ।