ଅକ୍ଷୟ ତୃତୀୟାରେ ସୁନା ବିକ୍ରିରେ ରେକର୍ଡ ; ବିକ୍ରି ହେଲା ୧୭୫ କୋଟି ସୁନା

ଅକ୍ଷୟ ତୃତୀୟାରେ ସୁନା ବିକ୍ରି କଲା ରେକର୍ଡ  ।  ୧୭୫ କୋଟି ଟଙ୍କାର ସୁନା କିଣି ଘରକୁ ନେଲେ ଗ୍ରାହକ  ।  ଚଢ଼ା ଦର ଯୋଗୁଁ ହାଲୁକା ଗହଣାକୁ ଅଧିକ ପସନ୍ଦ । ଆଗକୁ ବିବାହ ରୁତୁରେ ବିକ୍ରି ଉତ୍ସାହଜନକ ରହିବ ବୋଲି ବ୍ୟବସାୟୀଙ୍କ ଆଶା  ।

ସୁନା

ସୁନା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଅକ୍ଷୟ ତୃତୀୟାରେ ସୁନା ବୋହି ନେଲେ ଲୋକ । ଗୋଟିଏ ଦିନରେ ୧୭୫ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ଏଥର ସୁନା ଦାମ ଅଧିକ ଥିବାରୁ କମ୍ ଓଜନର ଗହଣା କିଣି ଘରକୁ ନେଇଛନ୍ତି ଗ୍ରାହକ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଗତକାଲି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ଲୋକଙ୍କ ଭିଡ଼ ଜମିଥିଲା । ଲୋକ ଚଢ଼ା ଦର ଯୋଗୁଁ କମ ଓଜନରେ ହେଉ ପଛେ ସୁନା କିଣି ଘରକୁ ନେଇଛନ୍ତି । ବିଶେଷ କରି ସୁନା ମୁଦି, ଚେନ, ଶଙ୍ଖା ଓ ହାର ଆଦି କିଣିଛନ୍ତି । ଏବର୍ଷ ବିବାହ ଗହଣା ବିକ୍ରି ପୂର୍ବ ବର୍ଷ ତୁଳନାରେ ୩୦ ପ୍ରତିଶତ କମ ରହିଥିବା ରହିଛି । ତେବେ ଜୁଲାଇ ମଧ୍ୟଭାଗ ଯାଏଁ ବିବାହ ଋତୁ ଥିବାରୁ ଆଗାମୀ ଦିନରେ ସେଭଳି ଗହଣା ବିକ୍ରି ବଢ଼ିବ ବୋଲି ସୁନା ବ୍ୟବସାୟୀ ଆଶା ରଖିଛନ୍ତି । ଏବେ ୨୨ କ୍ୟାରେଟ ସୁନାର ଦାମ ୮୯ ହଜାର ୭୫୦ ଟଙ୍କା ରହିଛି । ଗତବର୍ଷ ତୁଳନାରେ ସୁନା ବିକ୍ରି କମିବ ବୋଲି ଆଶା କରାଯାଉଥିଲେ ମଧ୍ୟ ସେପରି ଦେଖିବାକୁ ମିଳିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe