କନକବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଖରାର ପ୍ରକୋପ , ସବୁ ଜିଲ୍ଲାରେ ଟାଇଁ ଟାଇଁ ଖରା  । ୭ ସହରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ନାହିଁ ନିସ୍ତାର ଗତକାଲି ରେକର୍ଡ  ଅନୁଯାୟୀ  ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ  ।

Advertisment

ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା  ।  ଏବେ ଠୁ ଏତେ ତାତିର ପରିମାଣ ବଢିଯାଇଛି ଯେ ଆଗକୁ ଆହୁରି ତାତିର ପରିମାଣ ବଢିବ ବୋଲି ଆଂଚଳିକ ପାଣିପାଗ ବିଭାଗ ଅନୁମାନ କରିଛି ,   ଝାରସୁଗୁଡ଼ା,  ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି  । ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । 

ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ  ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି  । ଏହି ଖରା ବଢିବା ପରେ ସମସ୍ତଙ୍କୁ ସତର୍କ ରହିବାକୁ ନୁଆ ଗାଇଡ ଲାଇନ ଜାରି କରିଛନ୍ତି , ଭୁବନେଶ୍ବର ମହାନଗର ନିଗମ ,  ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ବାହାରକୁ ବାହାରି କାମ କରନ୍ତୁ ଏଥିସହ ବାହାରକୁ ବାହାରିବା ପରେ ସାଙ୍ଗରେ ପାଣିବୋତଲ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସାଙ୍ଗରେ ନିଅନ୍ତୁ , ଶରୀରକୁ ଥଣ୍ତା ରଖନ୍ତୁ