ରେକର୍ଡ ଭାଙ୍ଗିଲା ଉତ୍କର୍ଷ ଓଡ଼ିଶା । ବୁଝାମଣା ହେଲା, ଶିଳ୍ପ ହେବ ତ ?

Advertisment

ଧାର୍ଯ୍ୟ  ଲକ୍ଷ୍ୟଠାରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି ପାଇ ସରକାର ଗଦଗଦ । ଏଥର ରେକର୍ଡ ଭାଂଗିଲା ଉତ୍କର୍ଷ ଓଡ଼ିଶା । ପୂର୍ବ ଅଭିଜ୍ଞତାକୁ ଦେଖି, ବିଶେଷଜ୍ଞ ଉଠାଇଲେଣି ପ୍ରଶ୍ନ, ବୁଝାମଣା ହେଲା ଶିଳ୍ପ କେବେ? । ପୂର୍ବ ତିନୋଟି ମେକଇନ ଓଡ଼ିଶା କନକ୍ଲେଭରେ ମିଳିଥିଲା ୧୬ଲକ୍ଷ କୋଟିର ପ୍ରତିଶ୍ରୁତି ।

ଧାର୍ଯ୍ୟ  ଲକ୍ଷ୍ୟଠାରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି ପାଇ ସରକାର ଗଦଗଦ । ଏଥର ରେକର୍ଡ ଭାଂଗିଲା ଉତ୍କର୍ଷ ଓଡ଼ିଶା । ପୂର୍ବ ଅଭିଜ୍ଞତାକୁ ଦେଖି, ବିଶେଷଜ୍ଞ ଉଠାଇଲେଣି ପ୍ରଶ୍ନ, ବୁଝାମଣା ହେଲା ଶିଳ୍ପ କେବେ? । ପୂର୍ବ ତିନୋଟି ମେକଇନ ଓଡ଼ିଶା କନକ୍ଲେଭରେ ମିଳିଥିଲା ୧୬ଲକ୍ଷ କୋଟିର ପ୍ରତିଶ୍ରୁତି ।

mohan--

କନକ ବ୍ୟୁରୋ: ଉତ୍କର୍ଷ ଓଡିଶା ସରିବା ପରେ ରାଜ୍ୟରେ ଶିଳ୍ପାୟନ ସ୍ବପ୍ନ କେତେ ପୂରଣ ହେବ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେଡି ସରକାର ଅମଳରେ ନୂଆ ଶିଳ୍ପ ଓ ନିଯୁକ୍ତି କିଛି ହୋଇନଥିଲା । ଏବେ  ଏତେ ଘୋଷଣା ସତରେ ବାସ୍ତବ ରୂପ ନେବ ନା, ଘୋଷଣାରେ ରହିଯିବ ସେ ନେଇ ବଡ ପ୍ରଶ୍ନ ଉଠିଛି । 

କାଗଜକଲମରେ ରହିଯିବନି ତ ପ୍ରସ୍ତାବ ? 
୨୦୧୬ରେ ୨ ଲକ୍ଷ କୋଟିର ନିବେଶ ପ୍ରସ୍ତାବ  
୨୦୧୮ରେ ୪ ଲକ୍ଷ କୋଟିର ନିବେଶ ପ୍ରସ୍ତାବ
୨୦୨୨ରେ ୧୦ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

୩ ଥରର ମେକ ଇନ୍‌ ଓଡ଼ିଶାକୁ ଟପିଯାଇଛି ୨୦୨୫ର ଉତ୍କର୍ଷ ଓଡିଶା ସମ୍ମିଳନୀ । କାରଣ ୨ ଦିନରେ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ନିବେଶ ପାଇଁ ବୁଝାମଣା ହୋଇଛି । ଯେଉଁଥିରେ ୧୨ ଲକ୍ଷ ୮୮ ହଜାରର ନିଯୁକ୍ତି ସୃଷ୍ଟି ହେବ । ଏବେ ଆସନ୍ତୁ ଦେଖିବା କେଉଁ ବିଭାଗରେ କେତେ ନିବେଶ ପ୍ରସ୍ତାବ ରହିଛି । 
ବିଭାଗ                  ନିବେଶ                                 ନିଯୁକ୍ତି
ଶିଳ୍ପ                     ୭ଲକ୍ଷ ୮୫ ହଜାର କୋଟି           ୬ ଲକ୍ଷ ୨୦ ହଜାର
ଶକ୍ତି                     ୪ ଲକ୍ଷ ୨୫ ହଜାର କୋଟି           ୧ଲକ୍ଷ ୨୩ ହଜାର
ବାଣିଜ୍ୟ,ପରିବହନ    ୬୨ହଜାର ୬୪୫  କୋଟି             ୪୧ ହଜାର ୪୫୦

କେଉଁ ବଡ ବଡ ଶିଳ୍ପପତି ଓଡିଶାରେ କେତେ ନିବେଶ କରିବେ।
ଆଦାନୀ: ୨ଲକ୍ଷ ୨୮ ହଜାର କୋଟି 
ବେଦାନ୍ତ: ୧ ଲକ୍ଷ କୋଟି
ଟାଟା ଗ୍ରୁପ:  ୮୭ ହଜାର ୯୪୪ କୋଟି
ଜେଏସଡବ୍ଲୁ: ୭୫ ହଜାର କୋଟି 
ଜେଏସପିଏଲ: ୨୫ ହଜାର ୫୭୦ କୋଟି

ଇଏ ଥିଲା ସରକାର ଓ ଶିଳ୍ପପତିଙ୍କ ସ୍ବପ୍ନ । କାଗଜ, କଲମ ଓ ଗ୍ରାଫିକ୍ସରେ ପ୍ରସ୍ତୁତ ହୋଇଥିଲା ପାୱାର ପଏଣ୍ଟ ପ୍ରେଜେଣ୍ଟସନ ।  ହେଲେ, ଦୁଇଦିନ ଧରି ଭୁବନେଶ୍ବରରରେ ଯେଉଁ ମେଗା ଇଭେଣ୍ଟ ଚାଲିଲା, ଏମଓୟୁ ହେଲା, ସେଥିରୁ ଓଡିଶାକୁ କେତେ ଲାଭ ମିଳିବ ସେ ନେଇ ରାଜନୈତିକ ବୟାନବାଜି ତେଜିଛି ।


ପୂର୍ବ ବିଜେଡି ସରକାର ସମୟରେ ବହୁ ବଡ ବଡ ଶିଳ୍ପପତି ଓଡିଶା ମୁହାଁ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମୁହଁ ମୋଡି ଫେରି ଯାଇଥିଲେ । ନାଁ ହୋଇପାରିଲା ଶିଳ୍ପ, ନା ନିଯୁକ୍ତି ପାଇଲେ ଓଡିଶାର ଯୁବକ । ହେଲେ ନୂଆ ସରକାର ଉତ୍କର୍ଷ ଓଡିଶାକୁ ନେଇ ଅନେକ ସ୍ବପ୍ନ ଦେଖାଇଛନ୍ତି । କିନ୍ତୁ ପ୍ରକୃତରେ ଏହା ବାସ୍ତବ ରୂପ ନେବ ନା ପୂର୍ବ ସରକାର ଭଳି ଘୋଷଣାରେ ସୀମିତ ରହିଯିବ ? ତାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe