କନକ ବ୍ୟୁରୋ: ଅଗ୍ନିବୀର ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ। କେନ୍ଦ୍ର ସରକାର ଅଗ୍ନିପଥ ନିଯୁକ୍ତି ଯୋଜନାରେ କିଛି ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ୫୦ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି। ଏହାସହ ଅଗ୍ନିବୀରଙ୍କ ଦରମା ବି ବଢ଼ିପାରେ।
ବର୍ତ୍ତମାନେ ଅଗ୍ନିବୀରଙ୍କ ମଧ୍ୟରୁ ୨୫ପ୍ରତିଶତ ସେମାନଙ୍କ ପ୍ରାରମ୍ଭିକ ଚାକିରି ଅବଧି ପରେ ସ୍ଥାୟୀ ଚାକିରିରେ ରଖାଯାଉଛି। ୪ବର୍ଷ ଶେଷ ସୁଦ୍ଧା ଅଗ୍ନିବୀରଙ୍କ ସ୍ଥାୟୀ ଚାକିରି ସଂଖ୍ୟା ୫୦ପ୍ରତିଶତକୁ ବୃଦ୍ଧି କରିବାକୁ ସେନା ସୁପାରିଶ କରିଛି। ବିରୋଧୀ ଦଳଙ୍କ ସମାଲୋଚନା ତଥା ସୈନ୍ୟବାହୀନି ଚାକିରି ଆଶାୟୀଙ୍କ ପ୍ରତିବାଦ ପରେ ଯୋଜନାରେ ସାମଗ୍ରିକ ଢ଼ାଞ୍ଚା ଓ ଲାଭରେ ଉନ୍ନତି ଆଣିବା ପାଇଁ ସରକାର ଏହି ପରିବର୍ତ୍ତନ କରିବାକୁ ଯାଉଥିବା କୁହାଯାଉଛି।
୫୦% ଅଗ୍ନିବୀରଙ୍କୁ ମିଳିପାରେ ନିୟମିତ ନିଯୁକ୍ତି
- ଅଗ୍ନିବୀର ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ
- ଅଗ୍ନିବୀରଙ୍କୁ ନିୟମିତ ନିଯୁକ୍ତି ଦେବାକୁ ସେନାର ସୁପାରିଶ
- ୫୦% ଅଗ୍ନିବୀରଙ୍କୁ ନିୟମିତ ସୈନିକ କରିବାକୁ ସୁପାରିଶ
- ଅଗ୍ନିବୀରଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗରେ ମଧ୍ୟ କରାଯିବ ପରିବର୍ତ୍ତନ
- ଅଗ୍ନିବୀର ଯୋଜନାରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇପାରେ