କେଉଁ କେଉଁ କାରଣ ଯୋଗୁ ହଳଦିଆ ପଡ଼େ ଦାନ୍ତ ? କ’ଣ କୁହନ୍ତି ଏକ୍ସପର୍ଟ

Advertisment

ଅଧିକ ଚା’,କଫି ଏବଂ ଠିକ୍ ଭାବରେ ବ୍ରଶ୍ ନକଲେ ଦାନ୍ତରେ ହଳଦିଆ ଆସ୍ତରଣ ଜମି ଯାଏ । ଯାହାଫଳରେ ଦାନ୍ତ ହଳଦିଆ ପଡ଼େ ।

ଅଧିକ ଚା’,କଫି ଏବଂ ଠିକ୍ ଭାବରେ ବ୍ରଶ୍ ନକଲେ ଦାନ୍ତରେ ହଳଦିଆ ଆସ୍ତରଣ ଜମି ଯାଏ । ଯାହାଫଳରେ ଦାନ୍ତ ହଳଦିଆ ପଡ଼େ ।

teeth-turn-yellow

teeth-turn-yellow Photograph: (google)

କନକ ବ୍ୟୁରୋ : ମଣିଷର ଆତ୍ମବିଶ୍ବାସ ଦ୍ବିଗୁଣ ବଢ଼ାଇଥାଏ ସୁନ୍ଦର ହସ । କିନ୍ତୁ ଯଦି ଦାନ୍ତ ହଳଦିଆ ପଡ଼ିଯାଏ ତା’ହେଲେ ଆତ୍ମବିଶ୍ବାସ କମିବା ସହ ଲୋକଙ୍କ ଆଗରେ କଥା ହେବାକୁ ଲାଜ ମଧ୍ୟ ଲାଗେ । ଏହା ବେଳେବେଳେ ମୁଖ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପଡ଼େ । ଅଧିକ ଚା’,କଫି ଏବଂ ଠିକ୍ ଭାବରେ ବ୍ରଶ୍ ନକଲେ ଦାନ୍ତରେ ହଳଦିଆ ଆସ୍ତରଣ ଜମି ଯାଏ । ଯାହାଫଳରେ ଦାନ୍ତ ହଳଦିଆ ପଡ଼େ । ତେବେ ଏନେଇ ବିଶେଷଜ୍ଞ କୁହନ୍ତି , ଯଦି ଆପଣଙ୍କର ଦାନ୍ତ ମଧ୍ୟ ହଳଦିଆ ପଡ଼ିଛି ଏବଂ ଆପଣ ବୁଝିପାରୁ ନାହାନ୍ତି ଯେ ଭଲ ଭାବରେ ବ୍ରଶ୍ କରିବା ପରେ ମଧ୍ୟ ଦାନ୍ତର ହଳଦିଆପଣ କାହିଁକି ଯାଉନାହିଁ ତେବେ ଏହି ପାଠଟି କେବଳ ଆପଣଙ୍କ ପାଇଁ ।  

Teeth
Teeth Photograph: (google)

ଦାନ୍ତର ହଳଦିଆପଣ ଦୁଇଟି କାରଣରୁ ହୋଇଥାଏ । ଗୋଟିଏ ହେଉଛି external stains ଏବଂ surface stains ଅର୍ଥାତ୍ ବାହ୍ୟ ଦାଗ ଏବଂ ଆଭ୍ୟନ୍ତରୀଣ ଦାଗ । external stains ଦୁର୍ବଳ ଓରାଲ୍ ହାଇଜିନ୍ କାରଣରୁ ହୋଇଥାଏ । ଦ୍ୱିତୀୟଟି ଖାଦ୍ୟପେୟ କାରଣରୁ ହୋଇପାରେ । ଯେପରିକି ଅଧିକ ହଳଦୀ ଥିବା ଖାଦ୍ୟ ଖାଇବା, ଚା' କଫି ଅଧିକ ପିଇବା କିମ୍ବା ଆଇରନ୍‍ର କୌଣସି ଔଷଧ ନେବା । ଯଦି ଆପଣ ତମାଖୁ ଖାଆନ୍ତି କିମ୍ବା ସ୍ମୋକିଙ୍ଗ୍ କରନ୍ତି ତେବେ ତାହାଦ୍ୱାରା ମଧ୍ୟ ଦାନ୍ତ ହଳଦିଆ ପଡ଼ିବାକୁ ଲାଗେ । ସେହିପରି କିଛି ଔଷଧ ମଧ୍ୟ ଏପରି ଅଛି ଯାହା ଦାନ୍ତକୁ ହଳଦିଆ କରିଥାଏ ।ଏହାର ଦ୍ୱିତୀୟ କାରଣ ହେଉଛି ଦାନ୍ତର ଇନାମେଲ୍ ଘୋରି ହେବା... ଯେମିତି ଯେମିତି ଆପଣଙ୍କ ବୟସ ବଢ଼େ ଏବଂ ଦାନ୍ତର ଇନାମେଲ୍ ଘୋରି ହୁଏ, ଦାନ୍ତର ରଙ୍ଗ ବଦଳିବା ଆରମ୍ଭ ହୁଏ । କିଛି ଲୋକଙ୍କର ଦାନ୍ତରେ ଜେନେଟିକ୍ ହଳଦିଆପଣ ହୋଇଥାଏ । ଆପଣ ଦେଖିଥିବେ ଯେଉଁ ଲୋକମାନଙ୍କର ରଙ୍ଗ ଗୋରା ହୋଇଥାଏ, ସେହି ଲୋକମାନଙ୍କର ଦାନ୍ତ ବହୁତ ଅଧିକ ଧଳା ହୋଇନଥାଏ । ସେହିପରି ଯେଉଁ ଲୋକମାନଙ୍କର ରଙ୍ଗ ଶ୍ୟାମଳ ହୋଇଥାଏ, ସେମାନଙ୍କ ଦାନ୍ତରେ ଧଳାପଣ ଟିକେ ଅଧିକ ହୋଇଥାଏ । ପାଣିରେ ଫ୍ଲୋରୋସିସ୍‍ର ମାତ୍ରା ଅଧିକ ହେବାଦ୍ୱାରା ମଧ୍ୟ ଦାନ୍ତର ରଙ୍ଗ ଉପରେ ଫରକ ପଡ଼ିପାରେ । ସେହିପରି ପିଲାଦିନେ ଯଦି ଦାନ୍ତର ବିକାଶ ଠିକ୍‍ ଭାବରେ ହୋଇନଥାଏ ତେବେ ସେହି କାରଣରୁ ମଧ୍ୟ ଦାନ୍ତର ରଙ୍ଗ ହଳଦିଆ ହୋଇଥାଏ ।

ବିଶେଷଜ୍ଞ କୁହନ୍ତି କି ଦାନ୍ତର ହଳଦିଆପଣ ଦୂର କରିବା ପାଇଁ ଆପଣଙ୍କୁ କୌଣସି ଡେଣ୍ଟାଲ ସ୍ପେଶାଲିଷ୍ଟଙ୍କ ସହିତ ଯୋଗାଯୋଗ କରିବା ଉଚିତ ସେମାନେ ବ୍ଲିଚିଙ୍ଗ ଏଜେଣ୍ଟ ଦ୍ୱାରା ଦାନ୍ତର ହଳଦିଆପଣ ଦୂର କରିଥା’ନ୍ତି । ଏହା ବ୍ୟତୀତ ଆପଣ ଘରେ ମଧ୍ୟ ବହୁତ ମାତ୍ରାରେ ଦାନ୍ତକୁ ଧଳା କରିପାରିବେ । ଏହା ପାଇଁ ବେକିଙ୍ଗ୍ ସୋଡା, ନଡ଼ିଆ ତେଲ ଏବଂ ହଳଦୀ ଏକ ଭଲ ଉପାୟ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe