ନୀଳ ରଙ୍ଗର ଶାଢୀ,  ମଥାରେ ବିନ୍ଦି; ଅଲ୍ଲୁ ଅର୍ଜୁନଙ୍କ ଶାଢୀ ବେଶର ରହସ୍ୟ କ’ଣ?

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ୍ମ ‘ ପୁଷ୍ପା -୨’ । ମାତ୍ର ୨ ଦିନରେ ୪୦୦ କୋଟିରୁ ଅଧିକ ଆୟ କରି ଦମଦାର ରେକର୍ଡ କରିଛି ପୁଷ୍ପା -୨  । ଏଥିରୁ ଜାଣୁଥିବେ ଫିଲ୍ମକୁ ନେଇ ଲୋକପ୍ରିୟତା । କିନ୍ତୁ ଏ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କର ଏଭଳି ବେଶ କାହିଁକି?

8ff

କନକ ବ୍ୟୁରୋ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ୍ମ ‘ ପୁଷ୍ପା -୨’ । ମାତ୍ର ୨ ଦିନରେ ୪୦୦ କୋଟିରୁ ଅଧିକ ଆୟ କରି ଦମଦାର ରେକର୍ଡ କରିଛି ପୁଷ୍ପା -୨  । ଏଥିରୁ ଜାଣୁଥିବେ ଫିଲ୍ମକୁ ନେଇ ଲୋକପ୍ରିୟତା । କିନ୍ତୁ ଏ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କର ଏଭଳି ବେଶ କାହିଁକି? ଚିତ୍ରିତ ମୁହଁ, ଦେହରେ ନୀଳ ରଙ୍ଗର ଶାଢୀ, ମଥାରେ ବିନ୍ଦି, ହାତରେ ଚୁଡି, ନଖରେ ନେଲପଲିସ, ଅଣ୍ଟାରେ ଅଣ୍ଟାବନ୍ଧା । ସବୁକିଛି ଜଣେ ମହିଳାଙ୍କ ବେଶ । ହେଲେ ଅଲ୍ଲୁଙ୍କ ଏ ବେଶ ପଛର ରହସ୍ୟ କ’ଣ?
ଯେଉଁ ଯେଉଁ ସିନରେ ଅଲ୍ଲୁ ଶାଢୀ ପିନ୍ଧିଛନ୍ତି ତାକୁ ହିଁ ଫିଲ୍ମର ବେଷ୍ଟ ସିନ୍ ବୋଲି କୁହାଯାଉଛି । ଫିଲ୍ମର ଏହି ଲୁକକୁ ହିଁ ପ୍ରଥମ ମାର୍କେଟ କରାଯାଇଥିଲା । ୨୦୨୩ରେ ପୁଷ୍ପା-୨ର ପ୍ରଥମ ଲୁକ୍ ଆସିଥିଲା । ଯେଉଁଥିରେ ଅଲ୍ଲୁ ପୁରାପୁରି ଜଣେ ମହିଳାଙ୍କ ବେଶରେ ସଜ୍ଜିତ ହୋଇଥିଲେ । ଶାଢୀରେ ଶାଢୀରେ ଅଲ୍ଲୁଙ୍କ ଡାନ୍ସ ସାଙ୍ଗକୁ ଆକ୍ସନ୍ ସିନ୍ ଦର୍ଶକଙ୍କ ମନ ଛୁଇଁଯାଇଛି  । ଅଲ୍ଲୁଙ୍କ ଏହି ଶାଢୀ ବେଶ ପଛରେ ଏକ ଧାର୍ମିକ ପରମ୍ବରା ସହ ସମ୍ପର୍କ ରହିଛି । ଏହା ତିରୁପତିଙ୍କ ଗଙ୍ଗାମା ଧାର୍ମିକ ଯାତ୍ରା ସହିତ ଜଡିତ । ତେବେ ଏ ଗଙ୍ଗାମ୍ମା ଯାତ୍ରା କ’ଣ?

କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର କିଛି ଭାଗରେ ଏହି ଯାତ୍ରା ପାଳନ କରାଯାଏ । ଏହା ୭ ଦିନ ଯାଏଁ ଚାଲିଥାଏ । ଯାତ୍ରାର ମଝି ଦିନରେ ଏକ ଶୋଭାଯାତ୍ରା ବାହାରିଥାଏ । ଏହି ଅବସରରେ ପୁରୁଷମାନେ ମହିଳା ବେଶ ଧାରଣ କରି, ଶୃଙ୍ଗାର ହୋଇଧାର୍ମିକ ଶୋଭାଯାତ୍ରାରେ ବାହାରି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥାନ୍ତି । ତେବେ ଏହି ପରମ୍ପରା ଓ ପୂଜା ପଛରେ ବି ଏକ କାରଣ ରହିଛି । ଏହି ପୂଜା ଓ ଯାତ୍ରା ଚିତୌର ଓ ତିରୁପତି ଇଲାକାରେ ପାଳିତ ହୁଏ । କିନ୍ତୁ ଏହି ଦୁଇ ସ୍ଥାନରେ ଏହି ଯାତ୍ରା ପାଳନର ଭିନ୍ନ ଭିନ୍ନ କାରଣ ରହିଛି । ତଥ୍ୟ ଅନୁସାରେ, ଦୀର୍ଘ ବର୍ଷ ତଳେ ଆନ୍ଧ୍ରପ୍ରଦେଶର ଚିତୋରରେ ମହାମାରୀ ଦେଖାଦେଇଥିଲା । ଏଥିରେ ଶହଶହ ଲୋକଙ୍କ ପ୍ରାଣ ଗଲା । ସେହି ସମୟରେ କାହାରି ମନକୁ ଆସିଲା ଏକ ଉପାୟ । ହଳଦି ଓ ଲେମ୍ବୁ ପାଣିରେ ପୁରା ଗାଁକୁ ଶୁଦ୍ଧ କରିବାକୁ । ବାସ୍ ସେବେଠୁ ଏଠାରେ ଏହି ପରମ୍ପରା ଜାରି ରହିଛି ଏବଂ ଯାତ୍ରାରେ ପାଳନ କରାଯାଉଛି । ପୁଷ୍ପା-୨ରେ ଯାତ୍ରାର ଏହି ଝଲକ ଦେଖିବାକୁ ମିଳିଛି । କିନ୍ତୁ ଆଉ କିଛି ଅଂଶ ତିରୁପତିର ପରମ୍ପରାରୁ ଉଦ୍ଧାର କରାଯାଇଛି ବୋଲି କୂହାଯାଉଛି ।

ତିରୁପତିର ଯାତ୍ରା ପଛର କଥା ଚିତୋର କଥାଠାରୁ ଅଲଗା । କୁହାଯାଏ ପୂର୍ବରୁ ସେଠାରେ ପଲ୍ଲେଗୁଣ୍ଡଲୁ ନାମରେ ଏଭଳି ଜଣେ ବ୍ୟକ୍ତି ଥିଲା, ଯାହାର ସ୍ୱଭାବ ରାକ୍ଷାସ ପରି ଥିଲା । ଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ମହିଳାଙ୍କୁ ନିର୍ୟାତନା ଦେଉଥିଲା । ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ରଖୁଥିଲା । ସମୟ କ୍ରମେ ପାଖ ଅଭିଲ୍ଲା ନାମକ ଗାଁରେ ଦେବୀ ମା’ ଗଙ୍ଗାମ୍ମା ଜନ୍ମ ମାନବୀ ରୂପରେ ଜନ୍ମ ନେଲେ । ଯେବେ ସେ କିଶୋରୀ ବୟସର ହେଲେ ତାଙ୍କ ଉପରେ ବି ପଲ୍ଲେଗୁଣ୍ଡଲୁ ଖରାପ ଦୃଷ୍ଟି ପକାଇବାକୁ ପଛାଇନଥିଲା । ଏଥିରେ କ୍ଷୁବ୍ଧ ହୋଇ ଗଙ୍ଗାମ୍ମା ପଲ୍ଲେଗୁଣ୍ଡଲ ୁକୁ ଆକ୍ରମଣ କଲେ, ହେଲେ ଅଳ୍ପେକେ ଖସିଯାଇ ଜଙ୍ଗଲକୁ ପଳାଇ ସେଠାରେ ଲୁଚିରହିଲା ପଲ୍ଲେଗୁଣ୍ଡଲୁ । ତାକୁ ଜଙ୍ଗଲ ବାହାରକୁ ଆଣିବାକୁ ଲୋକେ ଉପାୟ ଚିନ୍ତା କଲେ । ବିଚିତ୍ର ବେଶ ହୋଇ ଏକ ବିଶାଳ ଶୋଭାଯାତ୍ରା ବାହାର କଲେ ଯେଉଥିରେ ସେମାନେ ଦେବୀ ମା’ଙ୍କୁ ଗାଳିଗୁଲଜ କରିବାରେ ଲାଗିଲେ । ଏହା ଶୁଣି ପଲ୍ଲେଗୁଣ୍ଡଲ ଭାବିନେଲା ଲୋକେ ତାକୁ ସମର୍ଥନ କରୁଛନ୍ତି । ଫଳରେ ଯାତ୍ରାର ଶେଷ ଦିନରେ ଜଙ୍ଗଲରୁ ବାହାରି ଆସିଥିଲା । ଏବଂ ତାକୁ ହତ୍ୟା କରି ଧର୍ମର ସ୍ଥାପନା କଲେ ଗଙ୍ଗାମ୍ମ୍ା । ଫିଲ୍ମରେ ବି ଅଲ୍ଲୁଙ୍କ ଅକ୍ସନ ପୁରା ସେମ୍ ଟୁ ସେମ୍ । ନିଜ ଝିଆରୀ ଉପରେ ଖରାପ ନଜର ପକାଉଥିବା ଦୁର୍ବୃତ୍ତଙ୍କୁ  ଶାସ୍ତି ଦେବାକୁ ମା’ଙ୍କ ବେଶ ଧାରଣ କରିଛନ୍ତି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe