ବିକଶିତ ଓଡ଼ିଶାର ବାସ୍ତବତା; ପାଖରେ ନାହିଁ ଉଚ୍ଚ ବିଦ୍ୟାଳୟ, ପାଠ ପଢ଼ିବାକୁ ୩ କିମି ଚାଲ

Advertisment

ରିଣ୍ଟୁ କଣ୍ଡାଗରୀ, ନିଶିକା ଦୀପିକା, ଅଙ୍କିତା ମାଣ୍ଡାଙ୍ଗି । ସମସ୍ତଙ୍କ ବୟସ-୧୧, ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ । ଏହି ୩ଜଣ ଛାତ୍ରଛାତ୍ରୀ ନିଜ ଗାଁ ଠାରୁ ୩ କିଲୋମିଟର ଦୂରରେ ଥିବା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଡ଼ନ୍ତି । ପ୍ରତିଦିନ ଏହିପରି ଚାଲିଚାଲି ଯିବା ଆସିବା କରନ୍ତି । ସ୍କୁଲ ସମୟର ୨ ଘଣ୍ଟା ପୂର୍ବରୁ ଘରୁ ବାହାରିପଡ଼ନ୍ତି ।

ରିଣ୍ଟୁ କଣ୍ଡାଗରୀ, ନିଶିକା ଦୀପିକା, ଅଙ୍କିତା ମାଣ୍ଡାଙ୍ଗି । ସମସ୍ତଙ୍କ ବୟସ-୧୧, ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ । ଏହି ୩ଜଣ ଛାତ୍ରଛାତ୍ରୀ ନିଜ ଗାଁ ଠାରୁ ୩ କିଲୋମିଟର ଦୂରରେ ଥିବା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଡ଼ନ୍ତି । ପ୍ରତିଦିନ ଏହିପରି ଚାଲିଚାଲି ଯିବା ଆସିବା କରନ୍ତି । ସ୍କୁଲ ସମୟର ୨ ଘଣ୍ଟା ପୂର୍ବରୁ ଘରୁ ବାହାରିପଡ଼ନ୍ତି ।

High School

High School Photograph: (Kanak News)

କନକ ବ୍ୟୁରୋ : ପାଠ ପଢିବାକୁ ଇଚ୍ଛା । ହେଲେ ପାଖରେ ନାହିଁ କୌଣସି ହାଇସ୍କୁଲ । ଫଳରେ ଷଷ୍ଠ ଶ୍ରେଣୀ ପଢ଼ିବା ପାଇଁ ଘରଠୁ ୬ କିଲୋମିଟର ଦୂରକୁ ଚାଲିଚାଲି ଯିବା ଆସିବା କରୁଛନ୍ତି ଛୋଟ ଛୋଟ ପିଲା ।

ନିଛାଟିଆ, ଜଙ୍ଗଲିଆ ରାସ୍ତା । କେହି କୁଆଡ଼େ ନାହାନ୍ତି । ୩ ଜଣ ପିଲା ଚାଲିଚାଲି ଆଗକୁ ବଢ଼ୁଛନ୍ତି । ରାସ୍ତାରେ ଯିବା ସମୟରେ ଡର ବି ଲାଗୁଛି । ହେଲେ ବିକଳ୍ପ ନାହିଁ । ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିବାକୁ ହେଲେ ଏମିତି ଚାଲିବାକୁ ପଡ଼ିବ ।

ରିଣ୍ଟୁ କଣ୍ଡାଗରୀ, ନିଶିକା ଦୀପିକା, ଅଙ୍କିତା ମାଣ୍ଡାଙ୍ଗି । ସମସ୍ତଙ୍କ ବୟସ-୧୧, ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ । ଏହି ୩ଜଣ ଛାତ୍ରଛାତ୍ରୀ ନିଜ ଗାଁ ଠାରୁ ୩ କିଲୋମିଟର ଦୂରରେ ଥିବା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଡ଼ନ୍ତି । ପ୍ରତିଦିନ ଏହିପରି ଚାଲିଚାଲି ଯିବା ଆସିବା କରନ୍ତି । ସ୍କୁଲ ସମୟର ୨ ଘଣ୍ଟା ପୂର୍ବରୁ ଘରୁ ବାହାରିପଡ଼ନ୍ତି । ବର୍ଷା ଦିନେ ରାସ୍ତା କାଦୁଆ ହୋଇଯିବାରୁ ପାଠପଢ଼ା ବନ୍ଦ ହୋଇଯାଏ ।

ଅଧିକ ପଢ଼ନ୍ତୁ : 

ରାୟଗଡ଼ା ସଦର ବ୍ଲକ କାମ୍ପ ମାଲିଗାଁ ପଞ୍ଚାୟତର କାସିଲି ଗାଁ । ବସବାସ କରନ୍ତି ୬୦ରୁ ଅଧିକ ପରିବାରର ୨୫୦ରୁ ଅଧିକ ସଦସ୍ୟ । ସମସ୍ତେ ଦିନ ମଜୁରିଆ । ଏଠାରେ ଅଙ୍ଗନବାଡି କେନ୍ଦ୍ର ସହ ପ୍ରାଥମିକ ବିଦ୍ୟାଳୟ ରହିଛି । ପିଲାମାନେ ସେଠାରେ ପଞ୍ଚମ ଯାଏଁ ପଢ଼ିବା ପରେ ହାଇସ୍କୁଲ ପାଠ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଚାଲିଚାଲି ଯିବାକୁ ପଡ଼ୁଥିବାରୁ ଗାଁର ଅନେକ ପିଲା ପଞ୍ଚମ ପରେ ପାଠରେ ଡୋରି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି । ତେଣୁ ସରକାର ବିକଳ୍ପ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ।

ଅନ୍ୟପଟେ ରାୟଗଡ଼ା ବିଧାୟକ କହିଛନ୍ତି, ଏହି ସମସ୍ୟା ସଂପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇ, ଯଥାଶିଘ୍ର ସମସ୍ୟାର ସମାଧାନ କରାଯିବ । ରାୟଗଡ଼ା ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଯାତାୟାତରେ ଅସୁବିଧା କାରଣରୁ ପିଲାମାନେ ଅଧାରୁ ପାଠ ଛାଡିବା ଘଟଣାକୁ ସରକାର ଗୁରୁତର ସହ ନେଇ ସମାଧାନ କରିବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe