ଘରେ ତିଆରି ହେଉଥିବା ନାନାଦି ପ୍ରକାର ବ୍ୟଞ୍ଜନ ହେଉ କିମ୍ବା ଛୋଟ ବଡ ହୋଟେଲ୍ , ରେସ୍ତୋରାଁରେ ତିଆରି ହେଉଥିବା ସୁଆଦିଆ ଖାଦ୍ୟ ସବୁରି ପଛର ମ୍ୟାଜିକ୍ ହେଉଛି ମସଲା । ମସଲା ଯଦି ଉଣା,ଅଧିକେ ହେଇଗଲା ଯାଃ ଖାଇବାକୁ କ’ଣ ଆଉ ଭଲ ଲାଗିବ । ସେମିତି ମାଡ଼ିମକଚି ଖାଇବା କଥା ସିନା,ପାଟିକୁ କ’ଣ ଆଉ ରୁଚିବ । ଖାଇବା ମାନେ ମସଲାଟା ପଡ଼ିବା ନିହାତି ଦରକାର । ହେଲେ ଏ ନକଲି ଜମାନାରେ ସବୁ ନକଲି ହେଲାଣି,ମସଲା କାହିଁକି ପଛରେ ରହିବ । ତେବେ ବାହାରେ ଯେଉଁ ଖାଦ୍ୟ ଖାଉଛନ୍ତି ସେଥିରେ ମିଶୁଥିବା ମସଲାର ତ ଆଉ ଯାଞ୍ଚ୍ ହେଇପାରିବନି । କିନ୍ତୁ ଘରେ ଯେଉଁ ମସଲା କିଣି ଆଣୁଛନ୍ତି ତାହା ଅସଲି ନା ଭେଜାଲ୍ ତାହା ଯାଞ୍ଚ୍ କରିପାରିବେ । ଆଜି ଆସନ୍ତୁ ସେ ବିଷୟରେ ଟିକେ ଜାଣିବା । 

Advertisment

1234

ଖାଦ୍ୟର ସ୍ୱାଦକୁ ବଢାଉଥିବା ହଳଦୀ ଗୁଣ୍ଡ ବାସ୍ନା ହିଁ ତାର ପରିଚୟ । ପାହାଡି ଅଂଚଳରେ ଆଦିବାସୀମାନେ ବିକ୍ରି କରୁଥିବା ହଳଦୀ ଗୁଣ୍ଡକୁ ଥରେ ଶୁଙ୍ଘିବେ ଆଉ ଦୋକାନର ହଳଦୀ ଗୁଣ୍ଡ କିଣି ଶୁଙ୍ଘିବେ ଫରକ ଜାଣିପାରିବେ । ତେବେ ଏ ତ କେବଳ ବାସ୍ନାର ତାରତମ୍ୟ । ଘରେ ଯଦି ହଳଦୀ ଗୁଣ୍ଡ ଯାଞ୍ଚ୍ କରିବାକୁ ଚାହୁଁଛନ୍ତି ଅଳ୍ପ ଗୁଣ୍ଡ ନେଇ ସେଥିରେ ଟିକେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାନ୍ତୁ । ଗୁଣ୍ଡ ଯଦି ଗୋଲାପୀ , ବାଇଗଣୀ କିମ୍ବା ନୀଳ ରଙ୍ଗ ହେବ ଜାଣିବେ ଭେଜାଲ୍ ଜାଲରେ ଆପଣ ଫସିଛନ୍ତି । ମେଟାନିଲ୍ ୟେଲୋ ନାମକ ଏକ ରଙ୍ଗ ପକାଇ ହଳଦୀର ରଙ୍ଗକୁ ଆହୁରି ଗାଢ କରାଯାଇଥାଏ । ଏହାଛଡ଼ା ଗୋଟିଏ ଗ୍ଲାସ୍ ପାଣିରେ ହଳଦୀ ଗୁଣ୍ଡ ଟିକେ ପକାନ୍ତୁ । ଯଦି ଧିରେ ଧିରେ ପାଣି ହଳଦିଆ ରଙ୍ଗ ହୋଇ ଗୁଣ୍ଡ ତଳକୁ ଯିବ ଜାଣିବେ ଅସଲି ହଳଦୀ ଗୁଣ୍ଡ କିଣିଛନ୍ତି । କିନ୍ତୁ ଗ୍ଲୁକୋଜ୍ ଭଳି ତୁରନ୍ତ ପାଣିରେ ଗୋଳେଇ ହୋଇଗଲେ ଜାଣିବେ ଭେଜାଲ୍ .. 

coriander powder

ବାସ୍ନାରେ ନମ୍ବର ୧ ଧନିଆଁ ଗୁଣ୍ଡ , ବାସ୍ନାରୁ ହିଁ ଅଧା ଜାଣିଦେବେ ଯେ ଏହା ଅସଲି ନା ଭେଜାଲ୍ । ଯଦି ଧନିଆଁରେ ସେତେ ଭଲ ବାସ୍ନା ଆସୁନଥିବ ଜାଣିଦେବେ ୧୦୦ % ଭେଜାଲ୍ ଅଛି । ଧନିଆଁର କ୍ୱାଣ୍ଟିଟି ବଢାଇବା ପାଇଁ କିଛି ଅସାମାଜିକ ଲୋକ ଗହମରୁ ବାହାରୁଥିବା ଖଦଡ଼ ଏବଂ କୃତ୍ରିମ ଘାସକୁ ମିଶାଇ ଧନିଆଁ ଗୁଣ୍ଡ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଆଉ ଏକ ଉପାୟ ଅଛି ଯେଉଁଥିରେ ଯାଞ୍ଚ୍ କରିହେବ । ଗୋଟିଏ ଗ୍ଲାସ୍ ପାଣିରେ ଏକ ଚାମଚ ଧନିଆ ଗୁଣ୍ଡ ପକାଇ ଅଧଘଣ୍ଟା ପାଇଁ ଛାଡ଼ିଦିଅନ୍ତୁ । ଯଦି ଧନିଆଁ ଗୁଣ୍ଡ ଉପରେ ଭାସିଲା ଭେଜାଲ୍ , ପାଣିରେ ଗୋଳେଇଗଲେ ଶୁଦ୍ଧ । 

chilly-powder

ସବୁ ତ ଭେଜାଲ୍ , ଲଙ୍କାଗୁଣ୍ଡ କାହିଁକି ପଛରେ ପଡ଼ିବ । ଲଙ୍କାଗୁଣ୍ଡର ଶୁଦ୍ଧତା ଯାଞ୍ଚ୍ କରିବାକୁ ବି ଗ୍ଲାସ୍ ପାଣିରେ ଗୁଣ୍ଡ ପକାନ୍ତୁ । ପାଣି ଉପରେ ଗୁଣ୍ଡ ଭାସିଲେ ଅଶୁଦ୍ଧ , ଭିତରେ ଗୋଳେଇଗଲେ ଶୁଦ୍ଧ । ଲଙ୍କାଗୁଣ୍ଡକୁ ଆହୁରି ନାଲି କରିବାକୁ ଲାଲ୍ ପାଉଡରର ବ୍ୟବହାର କରାଯାଇଥାଏ । 

kesar

ବଜାରରେ କେସର କେତେ ମହଙ୍ଗା ଏହା ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ୟବସାୟୀ କମ୍ ଦାମରେ ନକଲି କେସର ଧରାଇ ଗ୍ରାହକଙ୍କୁ ଭୂଆଁ ବୁଲାଇଦିଅନ୍ତୁ । ଆଉ କମ୍ ଟଙ୍କାରେ କେସର କିଣି ଗ୍ରାହକ ବି କହିବୁଲନ୍ତି ମତେ ଶସ୍ତାରେ କେସର ମିଳିଗଲା । ଏମିତି ସ୍ଥିତିରେ କେସରକୁ ଭାଙ୍ଗି ଏହାର ଶୁଦ୍ଧତା ଆପଣ ଜାଣିପାରିବେ । ଆପଣଙ୍କୁ କହିରଖୁଛୁ ଅସଲି କେସର କେବେ ଶୀଘ୍ର ଭାଙ୍ଗିବ ନାହିଁ । ପାଣିରେ ପକାଇଲା ପରେ ସମ୍ପୁର୍ଣ୍ଣ ନମିଳିଲା ପର୍ଯ୍ୟନ୍ତ ରଙ୍ଗ ଛାଡ଼ୁଥିବ । 

ଆଜ୍ଞା ଏଠି ଲୋକ ଜିରାକୁ ଭେଜାଲ୍ କରିସାରିଲେଣି । ଜିରାରେ ଅନ୍ୟ ଦାନାର କଲର୍ କୋଟିଙ୍ଗ୍ କରି ବ୍ୟବସାୟୀ ବିକ୍ରି କରିଦେଉଛନ୍ତି । ଏମିତିରେ ଘରକୁ ଜିରା ଆଣିଲା ପରେ ହାତରେ ଟିକେ ଜିରା ନେଇ ରଗଡି ଦିଅନ୍ତୁ । ହାତରେ ରଙ୍ଗ ଲାଗିଗଲେ ଭେଜାଲ୍ ବୋଲି ଜାଣିବେ । ସରଳ ଉପାୟ ଆପଣାନ୍ତୁ ଭେଜାଲ୍ ଖାଇବାରୁ ବଂଚନ୍ତୁ ।