କନକ ବ୍ୟୁରୋ : ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ , ହିରୋ ଜୟଜିତଙ୍କୁ ବିବାହ କରୁଛନ୍ତି ।  ବିବାହର କିଛି ଦିନ ବେଶ ହସଖୁସିରେ ରୋମାଣ୍ଟିକ ଜୀବନ ଚାଲୁଥିବା ବେଳେ ହଟାତ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭିତରେ ତୃତୀୟ ମହିଳାଙ୍କ ଏଣ୍ଟ୍ରି ହେହଉଛି  । ସେ ପୁଣି ଜଣେ ମହିଳା ସାମ୍ବାଦିକା । ମହିଳା ସାମ୍ୱାଦିକାଙ୍କ ପ୍ରେମରେ ଭବୁଟୁବୁ ହୋଇଛନ୍ତି ସ୍ବାମୀ।  ଏହି ସାମ୍ବାଦିକାଙ୍କ ପାଇଁ ବର୍ଷାଙ୍କ ବୈବାହିକ ଜୀବନରେ ଆସୁଛି ଝଡ । ଆଉ ବର୍ଷାଙ୍କ ସ୍ୱାମୀ ତାଙ୍କ ଠାରୁ ଚାହୁଁଛନ୍ତି ବିବାହ ବିଚ୍ଛେଦ । ବିଚ୍ଛେଦର ସବୁ କାରଣ ସ୍ତ୍ରୀ ମୁଣ୍ଡରେ ଠେଲିଦେଇ ସ୍ତ୍ରୀକୁ ଦୋଷୀ ବନାଇବାକୁ  ଚାହିଁଛନ୍ତି ସ୍ବାମୀ ।   ନୂଆ ବର୍ଷରେ ଏଭଳି କାହାଣୀକୁ ନେଇ  ରିଲିଜ ହେବାକୁ ଯାଉଛି ଓଲିଉଡର କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଫିଲ୍ମ "ୱାଇଫ'। ସ୍ୱାମୀ ସ୍ତ୍ରୀ ସମ୍ପର୍କର ପାରିବାରିକ କାହାଣୀକୁ ନେଇ ନିର୍ମାଣ ହେଇଛି ଫିଲ୍ମ "ୱାଇଫ' । ଘରର ଚାରି କାନ୍ଥ ଭିତରେ ସ୍ୱାମୀ ସ୍ତ୍ରୀ ଭିତରେ କଣ ସବୁ ଘଟଣା ଘଟେ ତାହା ଏହି ଫିଲ୍ମରେ ଦେଖାଇଛନ୍ତି ବର୍ଷା ।

Advertisment

"ୱାଇଫ' ଫିଲ୍ମର କାହାଣୀକୁ ଦେଖିଲେ ଗୋଟେ ମିନିଟରେ ଦର୍ଶକ ଭାବିବାକୁ ବାଧ୍ୟ ହେବେ କି ଏହା ବର୍ଷା ଅନୁଭବଙ୍କ ଜୀବନର କାହାଣୀ । ଫିଲ୍ମର ଅନେକ କଥା ବର୍ଷାଙ୍କ ଜୀବନ ସହ ମିଶୁଥିଲେ ମଧ୍ୟ ଏହା କେବଳ ଏକ କାହାଣୀ ବୋଲି କହିଛନ୍ତି ବର୍ଷା । ଏବେ ସମାଜରେ ଏଭଳି  କାହାଣୀ ଅଧିକାଂଶ ଘରେ ଦେଖିବାକୁ ମିଳୁଛି ବୋଲି ଯୁକ୍ତି ବାଢ଼ିଛନ୍ତି ବର୍ଷା। ଫିଲ୍ମ ଓଡ଼ିଆ ଦର୍ଶକଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ପୁରା ଟିମ ।

ପ୍ରାୟ ଅଢେଇ ଘଂଟାର ଫିଲ୍ମରେ ସ୍ବାମୀ-ସ୍ତ୍ରୀ ସମ୍ପର୍କର ନିଚ୍ଛକ ଘରୋଇ କାହାଣୀ ପରିବେଷଣ କରାଯାଇଛି । ଜାନୁଆରୀ ୩ରେ ଫିଲ୍ମ ପରଦାକୁ ଆସିବ । ରିଲିଜି ପୂର୍ବରୁ ଭୁବନେଶ୍ବରର ଓଡିଶୀ ଗବେଷଣା କେନ୍ଦ୍ରରେ ‘ୱାଇଫ’ର ସ୍ବତନ୍ତ୍ର ସ୍କ୍ରିନିଂ ହୋଇଛି ।  ଅନୁଭବ ମହାନ୍ତିଙ୍କ ଜୀବନକୁ ନେଇ ଦିଲ୍ଲୀର ସାମ୍ବାଦିକ ଜାଗୃତି ଶୁକ୍ଲା  ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଛନ୍ତି । ଖୁବଶୀଘ୍ର ବହି ବଜାରକୁ ଆସିବ। ଆଉ ତା ପୂର୍ବରୁ ବର୍ଷାଙ୍କ ଫିଲ୍ମ ‘ୱାଇଫ’  ଓଲିଉଡରେ ଚର୍ଚ୍ଚା ବଢାଇବ ବୋଲି ଆଲୋଚନା ହେଉଛି ।