ନକଲି ସାର୍ଟିଫିକେଟ୍‌ରେ ଅସଲି ଚାକିରି ! ଏସ୍‌ସି/ଏସ୍‌ଟି ବିଭାଗରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଏସ୍‌ସି,ଏସ୍‌ଟି ଓ ପଛୁଆ ବର୍ଗ ବିଭାଗର ଏହି ଚିଠି ଜାଲ ସାର୍ଟିଫିକେଟ କେଳେଙ୍କାରୀକୁ ପଦାରେ ପକାଇଛି । ଆରଡିସି ସ୍ତରୀୟ ରିପୋର୍ଟରେ ବ୍ରହ୍ମପୁର ଆର୍‌ଡିସି ଅଧୀନରେ ସବୁଠୁ ଅଧିକ ଗଫଲତି ହୋଇଛି । 

duplicate certificate

duplicate certificate Photograph: (kanakNews)

କନକ ବ୍ୟୁରୋ : ଜାଲ ସାର୍ଟିଫିକେଟ୍‌ର ମାୟାଜାଲରେ ଛନ୍ଦି ହୋଇଛି ଓଡ଼ିଶା । ଉପାନ୍ତରୁ ଉପକୂଳ, ସବୁଠି ଜାଲ ଜାତିଗତ ପ୍ରମାଣପତ୍ର ଦେଇ କିଏ ସରକାରୀ ଚାକିରି ହାତେଇଛି ତ ପୁଣି କିଏ ଉଚ୍ଚଶିକ୍ଷାରେ ଡିଗ୍ରୀଧାରୀ ସାଜିଛନ୍ତି । ଯାହାର ଲେଖାଯୋଖା ପ୍ରମାଣ କନକ ନ୍ୟୁଜ୍ ହାତରେ ଲାଗିଛି । ଖାଲି ଗୋଟିଏ ବିଭାଗର ତଥ୍ୟ ଦେଖିଲେ ଆପଣ ତାଜୁବ ହୋଇଯିବେ । ବାସ୍ତବରେ ଓଡ଼ିଶାରେ ଜାଲ ସାର୍ଟିଫିକେଟ ରାକେଟ କେତେ ସକ୍ରିୟ ଅଛନ୍ତି । ନଜର ପକାନ୍ତୁ ଏହି ଏକ୍ସକ୍ଲ୍ୟୁସିଭ୍‌ ଚିଠି ଉପରେ । ଏସ୍‌ସି,ଏସ୍‌ଟି ଓ ପଛୁଆ ବର୍ଗ ବିଭାଗର ଏହି ଚିଠି ଜାଲ ସାର୍ଟିଫିକେଟ କେଳେଙ୍କାରୀକୁ ପଦାରେ ପକାଇଛି । ଆରଡିସି ସ୍ତରୀୟ ରିପୋର୍ଟରେ ବ୍ରହ୍ମପୁର ଆର୍‌ଡିସି ଅଧୀନରେ ସବୁଠୁ ଅଧିକ ଗଫଲତି ହୋଇଛି । 

ଅନୁସୂଚିତ ଜନଜାତି ବର୍ଗରେ ସବୁଠୁ ଅଧିକ କେଳେଙ୍କାରୀ ହୋଇଛି
୧୪୧୮ଟି ଜାଲ ସାର୍ଟିଫିକେଟ୍‌ ମାମଲା ହସ୍ତଗତ ହୋଇଛି
୯୯୫ଟି ମାମଲାର ଯାଞ୍ଚ କରି ରିପୋର୍ଟ ଦେଇଛି ଜିଲ୍ଲା ଭିଜିଲାନ୍ସ ସେଲ୍ 
କନ୍ଧମାଳରେ ସର୍ବାଧିକ ୪୩୭, ବଲାଙ୍ଗୀରରେ ୨୦୬, ନବରଙ୍ଗପୁରରେ ୧୩୨, କୋରାପୁଟରେ ୧୨୧ ମାମଲା ରହିଛି 
ଅନସୂଚିତ ଜାତି ବର୍ଗରେ ୮୦୫ଟି ମାମଲା ହସ୍ତଗତ ହୋଇଛି
୪୩୨ଟି ମାମଲାର ଯାଞ୍ଚ ରିପୋର୍ଟ ଦେଇଛି ଜିଲ୍ଲା ଭିଜିଲାନ୍ସ
କନ୍ଧମାଳରେ ୩୭୪, ନବରଙ୍ଗପୁରରେ ୧୨୪, କୋରାପୁଟରେ ୬୦, ବାଲେଶ୍ବରରେ ୩୬ ମାମଲା ରହିଛି

ପଛୁଆବର୍ଗରେ ବି ଜାଲ ଜାତିଗତ ପ୍ରମାଣପତ୍ର ଦେଇ ୬ ଜଣଙ୍କ ନାଁରେ ସରକାରୀ ଚାକିରି ହାତେଇଥିବାର ଅଭିଯୋଗ ଆସିଛି । କିନ୍ତୁ ପ୍ରଶ୍ନ ଉଠୁଛି, 

ଜାଲ ଜାତିଗତ ପ୍ରମାଣପତ୍ର ଦେଉଛି କିଏ?
ଯାଞ୍ଚ ପରେ ବି କେମିତି ସରକାରୀ ବ୍ୟବସ୍ଥାକୁ ଦିଆଯାଉଛି ଚକ୍‌ମା?
ସରକାରୀ ବ୍ୟବସ୍ଥା ଭିତରେ ଥିବା ବିଭୀଷଣ କିଏ? 
ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌କୁ ଧରିବାରେ କାହିଁକି ବିଫଳ ସରକାର?

ଏସ୍‌ସି,ଏସ୍‌ଟି ଓ ଓବିସି ବିଭାଗରେ ଜାଲି ଜାତି ପ୍ରମାଣପତ୍ରର ଘଟଣା ସାମ୍ନାକୁ ଆସିବା ଅନ୍ୟ ବିଭାଗକୁ ଏହାର ଚେର ବ୍ୟାପିଛି କି ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe