କନକ ବ୍ୟୁରୋ :  ଡେଲାଙ୍ଗ ରତନପୁର ଗାଁରେ ଘଟିଥିବା ଅଭାବନୀୟ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ନାବାଳକ ଆଶୀର୍ବାଦକୁ ହତ୍ୟା କରିଥିବା ଅଭିଯୁକ୍ତ ବାପି ସାହୁ ନାଁରେ ରହିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । କେବଳ ଆଶୀର୍ବାଦ ନୁହେଁ, ପୂର୍ବରୁ ମଧ୍ୟ ଅନେକ କୋମଳମତି ପିଲାଙ୍କ ସହ ଖରାପ କାର୍ଯ୍ୟ  କରିଥିବା ନେଇ ଅଭିଯୋଗ ଆସିଛି । କିପରି ପିଲାମାନଙ୍କୁ କ୍ରିକେଟ୍ ଖେଳିବା ସମୟରେ ସେମାନଙ୍କ ସହ ଖରାପ ବ୍ୟବହାର କରେ, ତା’ର ଖୁଲାସା କରିଛନ୍ତି ଏହି ପିଲାମାନେ । ପଡ଼ିଆକୁ ଯିବା ପୂର୍ବରୁ ଆଗୁଆ ଅପେକ୍ଷା କରି ରହିଥାଏ ବାପି । କାହାକୁ ଚକଲେଟ ଓ କୋଲଡ୍ରିଙ୍କସ୍ ଲୋଭ ଦେଖାଇ ନିଜ ଜାଲରେ ଫସାଇବାକୁ ପ୍ରୟାସ କରିଥାଏ । ଏବେ ଏସବୁ କଥା ସାମ୍ନାକୁ ଆସିବା ପରେ ବାପିର ପୂରା କେଳେଙ୍କାରୀ ପଦାକୁ ଆସିଛି।