ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ, ଋଣ କିସ୍ତି କମିବନି

Advertisment

ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ଦରଦାମ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ଆଶ୍ୱାସନା ଦେଇଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ନୁହେଁ, ତା’ଠାରୁ କମ୍ ୨.୬ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି । ଅଭିବୃଦ୍ଧିର ଆକଳନକୁ ମଧ୍ୟ ଏହା ବଢ଼ାଇଛି ।

ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ । ଦରଦାମ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ଆଶ୍ୱାସନା ଦେଇଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ନୁହେଁ, ତା’ଠାରୁ କମ୍ ୨.୬ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି । ଅଭିବୃଦ୍ଧିର ଆକଳନକୁ ମଧ୍ୟ ଏହା ବଢ଼ାଇଛି ।

EMI--

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିବାରୁ ସୁଧ କମ୍ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ବିଚାରକୁ ନେଇ ସୁଧ ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି କୁହାଯାଉଛି । ସୁଧ କମି ନଥିବାରୁ ଲୋକମାନଙ୍କ ଋଣ କିସ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ

ତେବେ ଦରଦାମ୍‌କୁ ନେଇ ରିଜର୍ଭ ବ୍ୟାଙ୍କ ଆଶ୍ୱାସନା ଦେଇଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ନୁହେଁ, ତା’ଠାରୁ କମ୍ ୨.୬ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛି । ଅଭିବୃଦ୍ଧିର ଆକଳନକୁ ମଧ୍ୟ ଏହା ବଢ଼ାଇଛି । ପୂର୍ବରୁ ଏହା କହିଥିଲା ଯେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିଛି । କିନ୍ତୁ ଏବେ ତାହାକୁ ୬.୮ ପ୍ରତିଶତକୁ ବଢ଼ାଇଛି । ଭଲ ମୌସୁମୀ ବର୍ଷା, ଜିଏସ୍‌ଟି ସଂସ୍କାର, ବ୍ୟାଙ୍କ ଋଣରେ ବୃଦ୍ଧି ଓ କାରଖାନାଗୁଡ଼ିକର କ୍ଷମତା ସମ୍ପ୍ରସାରଣ ହୋଇଥିବାରୁ ଅର୍ଥନୀତିକୁ ଆବଶ୍ୟକୀୟ ସମର୍ଥନ ମିଳିଛି । ଦୃଢ଼ ଉପଯୋଗିତା, ନିବେଶ ଓ ସରକାରୀ ବ୍ୟୟ ପାଇଁ ଘରୋଇ ଅଭିବୃଦ୍ଧିରେ ଉନ୍ନତି ଘଟିଛି । ସେଥିପାଇଁ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ଆକଳନକୁ ବଢ଼ାଇଛି  

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ୨୨ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି । ୨୦୨୭ ଏପ୍ରିଲ୍‌ରୁ ଋଣ କ୍ଷତି ଆଶଙ୍କା (ଇସିଏଲ୍‌) ଫ୍ରେମ୍‌ୱର୍କ ଲାଗୁ କରାଯିବ । ଫଳରେ ସମ୍ପ୍ରତି ପ୍ରଚଳନରେ ଥିବା ନିୟମ ଅନୁସ‌ାରେ ଋଣରେ ହେଉଥିବା କ୍ଷତି ଭରଣା କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଏକକାଳୀନ ବିପୁଳ ପାଣ୍ଠି ପ୍ରୋଭିଜନିଂ ଭାବେ ଅଲଗା ରଖିବାକୁ ପଡ଼ିବନି । ୨୦୨୭ ଏପ୍ରିଲ୍‌ରୁ ସଂଶୋଧିତ ବାସେଲ୍‌ ୩ ପୁଞ୍ଜି ସ୍ବଚ୍ଛତା ନିୟମ ଲାଗୁ ହେବ । ଫଳରେ ବ୍ୟାଙ୍କଗୁଡ଼ିକ ଏମଏସ୍‌ଏମ୍ଇ ଓ ଗୃହ ଋଣ ଅଧିକ ସୁବିଧାରେ ଦେଇପାରିବେ । ଜମାରାଶି ଉପରେ ବୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସବୁ ବ୍ୟାଙ୍କ ପ୍ରତି ୧୦୦ ଟଙ୍କାର ଜମା ପାଇଁ ଫ୍ଲାଟ୍‌ ୧୨ ପଇସାର ପ୍ରିମିୟମ୍ ଦେଉଛନ୍ତି । ଏକ ବିପଦ ଆଧାରିତ ପ୍ରିମିୟମ୍ ବ୍ୟବସ୍ଥା ଲାଗୁ କରିବାକୁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଛି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe