କନକ ବ୍ୟୁରୋ : ଆୟ କର କୋହଳ ପରେ ମଧ୍ୟବିତ୍ତଙ୍କୁ ଆଉ ଏକ ବଡ ଉପହାର ମିଳିଛି। ୫ ବର୍ଷ ପରେ ରେପୋ ରେଟ୍ ହ୍ରାସ ପାଇଛି। ମନିଟାରୀ ପଲିସି କମିଟି ବୈଠକ ପରେ ଏହି ଘୋଷଣା କରାଯାଇଛି । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି । ଏହାକୁ ୬.%ରୁ ୬.୨୫%କୁ ହ୍ରାସ କରାଯାଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ପ୍ରଥମ ଥର ପାଇଁ ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଘୋଷଣା କରିଛନ୍ତି। ତେବେ ରେପୋ ରେଟ କମିବା ପରେ ସାଧାରଣ ଲୋକଙ୍କୁ କି ଫାଇଦା ମିଳିବା ସମ୍ଭାବନା ରହିଛି?
ରେପୋ ରେଟ ହ୍ରାସ,ମଧ୍ୟବିତ୍ତ ଆଶ୍ବସ୍ତ
-ରେପୋ ରେଟ କମିବା ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ବସ୍ତି
-ଘର,କାର, ପର୍ସନାଲ ଓ ଅନ୍ୟାନ୍ୟ ଋଣରେ ସୁଧହାର କମିପାରେ
-ଇଏମଆଇ କମିଲେ, ବୋଝ କମ ହେବ
-ଇଏମଆଇ କମିଲେ ଅଧିକ ହେବ ସଞ୍ଚୟ
-ବଜାରରେ ନିବେଶ ବଢ଼ିବ
-ବ୍ୟବସାୟୀ ସିଧାସଳଖ ଲାଭ ପାଇବେ
ଏଥରକ ବଜେଟରେ ସରକାର ଆଉ ଏକ ବଡ ଘୋଷଣା ମଧ୍ୟ କରିଥିଲେ ।୧୨ଲକ୍ଷ ବାର୍ଷିକ ଆୟ ଉପରେ ଇନକମ ଟ୍ୟାକ୍ସ ଛାଡ ଘୋଷଣା ପରେ ଏବେ ରେପୋ ରେଟ କମିବା ନିଶ୍ଚତଭାବେ ବଡ ଆଶ୍ବସ୍ତି ।ତେବେ ଏବେ ଜାଣିବା ରେପୋ ରେଟ୍ କ’ଣ?
ରେପୋ ରେଟ୍ କ’ଣ?
-ବ୍ୟାଙ୍କ ଗୁଡିକୁ ଆରବିଆଇ ଦେଉଥିବା ଅର୍ଥ ଉପରେ ଋଣ
-କିଛି ସମୟ ଅବଧି ପାଇଁ ସେମାନେ ଏହି ଋଣ ନେଇଥାନ୍ତି
-ରିଭର୍ସ ରେପୋ ରେଟ୍ ହେଉଛି ବାଣିଜ୍ୟିକ ବ୍ୟାଙ୍କ୍ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍ ଦେଉଥିବା ସୁଧ
ଶେଷ ଥର ପାଇଁ ୨୦୨୦ ମସିହାରେ ରେପୋ ରେଟ ୦୦.୪୦ ପ୍ରତିଶତ ହ୍ରାସ ପାଇଥିଲା । ପରେ ରୁଷ-ୟୁକ୍ରେଦ ଯୁଦ୍ଧରେ ବିଶ୍ବ ଅର୍ଥନୀତିରେ ଅସ୍ଥିରତା ଦେଖାଯିବା ଯୋଗୁଁ ଆରବିଆଇ ଲଗାତାର ରେପୋ ରେଟ ବଢ଼ାଇଥିଲା । ତେବେ ୫ବର୍ଷ ପରେ ହ୍ରାସ ରେପୋ ରେଟ ସାଧାରଣ ବର୍ଗଙ୍କୁ ପାଇଁ ନିଶ୍ଚିତ ଖୁସି ଖବର ।