କମିଲା ରେପୋ ରେଟ୍, କମ ସୁଧରେ ଗ୍ରାହକଙ୍କୁ ମିଳିବ ଋଣ

Advertisment

ରେପୋ ରେଟ୍‌ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍‌ ଉପରେ ପଡ଼ିବ । ହୋମ୍‌ ଲୋନ୍‌, ପର୍ସନାଲ୍‌ ଲୋନ୍‌ ଓ କାର୍‌ ଲୋନ୍‌ ଇଏମ୍‌ଆଇ ଶସ୍ତା ହେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ କମ ସୁଧ ଦେବାକୁ ପଡ଼ିବ । ରେପୋ ରେଟ୍ ହ୍ରାସ ହୋଇଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦିନ ୧୦ଟାରେ ଘୋଷଣା କରିଥିଲେ ।

ରେପୋ ରେଟ୍‌ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍‌ ଉପରେ ପଡ଼ିବ । ହୋମ୍‌ ଲୋନ୍‌, ପର୍ସନାଲ୍‌ ଲୋନ୍‌ ଓ କାର୍‌ ଲୋନ୍‌ ଇଏମ୍‌ଆଇ ଶସ୍ତା ହେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ କମ ସୁଧ ଦେବାକୁ ପଡ଼ିବ । ରେପୋ ରେଟ୍ ହ୍ରାସ ହୋଇଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦିନ ୧୦ଟାରେ ଘୋଷଣା କରିଥିଲେ ।

RBI-

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ପଦକ୍ଷେପ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆର୍‌ବିଆଇ ରେପୋ ରେଟ୍‌ରେ ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି । ବର୍ତ୍ତମାନ ରେପୋ ରେଟ୍ ୬.୨୫ ପ୍ରତିଶତରୁ ହ୍ରାସ ହୋଇ ୬ ପ୍ରତିଶତରେ ପହଞ୍ଚିଛି । ଆର୍‌ବିଆଇର ମୁଦ୍ରା ନୀତି ସମିତିର ୩ ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଏହି ବୈଠକର ଶେଷ ଦିନ ଥିଲା । ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍‌ ହ୍ରାସ କରିଛି ଆର୍‌ବିଆଇ । 

ରେପୋ ରେଟ୍‌ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍‌ ଉପରେ ପଡ଼ିବ । ହୋମ୍‌ ଲୋନ୍‌, ପର୍ସନାଲ୍‌ ଲୋନ୍‌ ଓ କାର୍‌ ଲୋନ୍‌ ଇଏମ୍‌ଆଇ ଶସ୍ତା ହେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ କମ ସୁଧ ଦେବାକୁ ପଡ଼ିବ । ରେପୋ ରେଟ୍ ହ୍ରାସ ହୋଇଥିବା ନେଇ ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦିନ ୧୦ଟାରେ ଘୋଷଣା କରିଥିଲେ ।  ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ବି ରେପୋ ରେଟ୍‌ ହ୍ରାସ କରିଥିଲା ଆର୍‌ବିଆଇ । ସେତେବେଳେ ରେପୋ ରେଟ୍‌ ୬.୫୦ % ରହିଥିଲା, ଏହା ହ୍ରାସ ପାଇ ୬.୨୫ % ହୋଇଥିଲା । ଏବେ ପୁଣି ୦.୨୫ % ହ୍ରାସ ପାଇଥିବାରୁ ଏବେ  ୬ ପ୍ରତିଶତ ବେସିସ୍ ପଏଣ୍ଟ୍‌ରେ ପହଞ୍ଚିଛି । 

ଯେଉଁ ସୁଧହାରରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ, ତାହାକୁ ରେପୋ ରେଟ୍‌ କୁହାଯାଏ । ଯେତେବେଳେ ଏହା ହ୍ରାସ ପାଏ ସେତେବେଳେ ବ୍ୟାଙ୍କଗୁଡ଼ିକୁ ଶସ୍ତାରେ ଫଣ୍ଡ୍‌ ମିଳିଥାଏ । ଯାହାଫଳରେ ବ୍ୟାଙ୍କଗୁଡ଼ିକ ମଧ୍ୟ ନିଜ ଗ୍ରାହକମାନଙ୍କୁ ଶସ୍ତାରେ ଋଣ ପ୍ରଦାନ କରିଥାଆନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe