କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇଦିଆଯାଇଛି । ବିଦେଶୀ ମୁଦ୍ରାଭଣ୍ଡାରର ପ୍ରବନ୍ଧନର ନୂଆ ରିପୋର୍ଟ ମୁତାବକ ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭବ୍ୟାଙ୍କ ପାଖରେ ଥିବା ୮୫୫ ଟନ ସୁନା ମଧ୍ୟରୁ ୫୧୦ ଟନ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । 

Advertisment

ସେପ୍ଟେମ୍ବର ୨୦୨୨ ପରେ ବିଦେଶରେ ବନ୍ଧକ ଥିବା ଦେଶର ସୁନା ମଧ୍ୟରୁ ୨୧୪ ଟନ ସୁନା ଫେରାଇଅଣାଯାଇଛି । ସାରା ବିଶ୍ୱରେ ବଢୁଥିବା ଯୁଦ୍ଧ ବିଭିଷୀକା ମଧ୍ୟରେ ଭାରତ ସରକାର ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଯୋଜନା କରିଛନ୍ତି । ସେପଟେ ଏହା ପୂର୍ବରୁ ଚଳିତବର୍ଷ ମେ’ମାସରେ ମଧ୍ୟ ୧୦୦ ଟନ୍ ସୁନା ଭାରତ ସରକାର ଫେରାଇଆଣିଥିଲେ । ୧୯୯୦ ଦଶକ ପ୍ରାରମ୍ଭରେ ଭାରତର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲା । ଏହି କାରଣରୁ ବିଭିନ୍ନ ସମୟରେ ଭାରତ ସରକାରଙ୍କୁ ବିଭିନ୍ନ ଦେଶରେ ସୁନା ବନ୍ଧକ ପକାଇଥିଲେ । 

ରିଜର୍ଭ ବ୍ୟାଙ୍କ କହିଛି କି, ଯଦି ଆଗାମୀ ଦିନରେ ଭାରତର ଆର୍ଥିକ ସ୍ଥିତି ଖରାପ ହୁଏ କିମ୍ବା ରାଜନୈତିକ ଅସ୍ଥିରତା ଦେଖାଦିଏ ତେବେ ଏଥିରୁ ମୁକୁଳିବା ପାଇଁ ବିଦେଶରେ ରଖାଯାଇଥିବା ସୁନା କାମରେ ଆସିବ ।