ରାୟଗଡ଼ା, ଲୁଟ ଘଟଣାର ପର୍ଦ୍ଦାଫାଶ : ନିଜେ ଟଙ୍କା ଲୁଟିଥିଲେ କର୍ମଚାରୀ

Advertisment

ରାୟଗଡ଼ା ସହର ପାତ୍ର ଇଲେକ୍ଟ୍ରୋନିକସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାଶ। ନିଜେ ଟଙ୍କା ଲୁଟିଥିଲେ କର୍ମଚାରୀ । ଗତକାଲି ଅପରାହ୍ଣରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଅକ୍ଷୟ ବିବାର ଫୋନକରି ରାୟଗଡା ଥାନାକୁ ଲୁଟ୍ ନେଇ ଅଭିଯୋଗ କରିଥିଲେ ।

ରାୟଗଡ଼ା ସହର ପାତ୍ର ଇଲେକ୍ଟ୍ରୋନିକସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାଶ। ନିଜେ ଟଙ୍କା ଲୁଟିଥିଲେ କର୍ମଚାରୀ । ଗତକାଲି ଅପରାହ୍ଣରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଅକ୍ଷୟ ବିବାର ଫୋନକରି ରାୟଗଡା ଥାନାକୁ ଲୁଟ୍ ନେଇ ଅଭିଯୋଗ କରିଥିଲେ ।

Screenshot 2026-03-10 092205

Photograph: (kanaknews)

କନକବ୍ୟୁରୋ : ରାୟଗଡ଼ା ସହର ପାତ୍ର ଇଲେକ୍ଟ୍ରୋନିକସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦ୍ଦାଫାଶ। ନିଜେ ଟଙ୍କା ଲୁଟିଥିଲେ କର୍ମଚାରୀ । ଗତକାଲି ଅପରାହ୍ଣରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଅକ୍ଷୟ ବିବାର ଫୋନକରି ରାୟଗଡା ଥାନାକୁ ଲୁଟ୍ ନେଇ ଅଭିଯୋଗ କରିଥିଲେ ।  ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍  କରିବାକୁ ଯାଇଥିବା ସୋରୁମ୍ କର୍ମଚାରୀଙ୍କ ଠାରୁ ଦୁଇ ଲୁଟେରା ବାଇକରେ ଆସି ୨ଲକ୍ଷ ୩୨ହଜାର ଟଙ୍କା ଝାମ୍ପି ନେଇଥିବା ଅଭିଯୋଗ କରିଥିଲେ ଅକ୍ଷୟ ବିବାର। କର୍ମଚାରୀ ରଞ୍ଜିତ ଦଳେଇ ଷ୍ଟେଟ ବ୍ୟାଙ୍କରେ  ଡିପୋଜିଟ କରିବାକୁ ଯାଉଥିବା ବେଳେ ଜିଏମଡି ବେକେରି ସାମନାରେ ଦୁଇଜଣ ଲୁଟେରା ଗୋଟିଏ ପଲସର ବାଇକରେ ଆସି ଉକ୍ତ ଟଙ୍କାକୁ ଛଡାଇ ନେଇଗଲେ ବୋଲି ଅଭିଯୋଗ ହୋଇଥିଲା ।

ସଙ୍ଗେ ସଙ୍ଗେ ରାୟଗଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଲା ଯେ ଏଭଳି କିଛି ଘଟଣା ଘଟି ନାହିଁ । ରଞ୍ଜିତ କୁମାରଙ୍କୁ ଜେରା କଲା ପରେ ସତ ସାମ୍ନାକୁ ଆସିଥିଲା। ନିଜେ ରଞ୍ଜିତ ହିଁ ଶୋ ରୁମ୍ ଟଙ୍କା ପୂର୍ବରୁ ବ୍ୟଗିଗତ କାମ ପାଇଁ ଖର୍ଚ୍ଚ କରିସାରିଥିଲା। ଲୁଟ୍ ର ମିଛ ଷଡ଼୍‌ଯନ୍ତ୍ର କରି ସବୁ ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲା ରଞ୍ଜିତ। ରଞ୍ଜିତ କୁମାର ଦଳେଇ ଶୋରୁମ୍‌ରେ ଆକାଉଣ୍ଟାଟ ଭାବେ କାମ କରୁଥିଲା। ପୁଲିସ ଜେରା ବେଳେ ତାଙ୍କ ଠାରୁ ୧ ଲକ୍ଷ ୨୦ହଜାରଟଙ୍କା ଜବତ କରିଛି। ଏନେଇ ରାୟଗଡା ଏସଡିପିଓ ଗୌରହରୀ ସାହୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe