କନକ ବ୍ୟୁରୋ : ବଇଦଙ୍କୁ ନୂଆ ଜୀବନ ଦେଲେ ଡାକ୍ତର । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଯାହା ବିଶ୍ୱର ସପ୍ତମ ସର୍ଜରି ବୋଲି କୁହାଯାଉଛି । ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇ ରୋଗୀ ଦେହରୁ ୩ ଇଞ୍ଚର ଟ୍ୟୁମର୍ ବାହାରିଛି ।
ରାୟଗଡ଼ା କାଶୀପୁର ବ୍ଲକ୍ ଅନ୍ଦିରାକଞ୍ଚ ଗାଁର ବଇଦ ନାଏକ । ଗତ ଜୁନ ମାସରେ ବିଲରେ କାମ କରିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ପ୍ରଥମେ କୋରାପୁଟ ବଡ଼ ଡାକ୍ତରଖାନା ନେଇଥିଲେ । ସେଠାରୁ ଏମକେସିଜି ରେଫର ହୋଇଥିଲେ । ଅଗଷ୍ଟ ମାସରେ ହୋଇଥିବା ପରୀକ୍ଷାରୁ ବଇଦଙ୍କ ମେରୁଦଣ୍ଡରେ ଟ୍ୟୁମର ଥିବା ଜଣା ପଡ଼ିବା ପରେ ସର୍ଜରି ଆରମ୍ଭ କରିଥିଲେ ଡାକ୍ତର । ତାଙ୍କ ମେରୁଦଣ୍ଡରୁ ୩ ଇଞ୍ଚର ମାଂସ ପିଣ୍ଡୁଳା ବାହାରିଛି । ଏପରିକି ତାଙ୍କୁ ମାସୋନ୍ସ ହାଇମାନଜିଓମା ରୋଗ ହୋଇଥିବା ଅନୁମାନ କରାଯାଉଛି ।
ଆସନ୍ତୁ ଜାଣିବା ଏହି ମାସୋନ୍ସ ହାଇମାନଜିଓମା ରୋଗ କଣ ?
ସାଧାରଣ ଟ୍ରମାରୁ ସୃଷ୍ଟି ହୁଏ ମାସୋନ୍ସ ହାଇମାନଜିଓମା । ଅସୁସ୍ଥ ଲାଗେ, ଶରୀର ଅଚଳ ହୋଇଯାଏ । ମେରୁଦଣ୍ଡକୁ ଚାପିଦିଏ, ସ୍ନାୟୁ ଅକାମୀ ହୋଇଯାଏ ।ଏହା ଅତି ବିରଳ ରୋଗ ବୋଲି କହିଛନ୍ତି ଅସ୍ତ୍ରୋପଚାର କରିଥିବା ଡାକ୍ତର । ବିଭାଗୀୟ ମୁଖ୍ୟ ଡାକ୍ତର ପଣ୍ଡାଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତରୀ ଟିମ୍ ଆପ୍ରାଣ ଉଦ୍ୟମ କରି ମେରୁଦଣ୍ଡରୁ ମାଂସ ପିଣ୍ଡୁଳା କାଢିଥିଲେ । ଏବେ ବଇଦ ଚଲାବୁଲା କରିପାରୁଛନ୍ତି ।
୨୦୧୬ ମସିହାରେ ଡାକ୍ତର ପଣ୍ଡା କଟକ ଏସସିବିରେ ଥିଲା ବେଳେ ଏମିତି ଏକ ମାମଲା ଆସିଥିଲା । ଥୋରାଶିଶରେ ମାସୋନ୍ସ ହାଇମାନଜିଓମା ହେବା ବିରଳ । ଏହା ବିଶ୍ୱର ସପ୍ତମ ମାମଲା ବୋଲି ଡାକ୍ତର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/18/rare-surgery-2025-09-18-22-45-18.jpg)