କନକ ବ୍ୟୁରୋ: ସରପଞ୍ଚଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ନିର୍ମମ ହତ୍ୟା । ରାୟଗଡ଼ା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସାରିଗାଡ଼ା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ଦୁଇ ଜଣ ହେଲେ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସେମେରା ଗମାଙ୍ଗ । ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏକ ବଳାତ୍କାର ଘଟଣାକୁ ନେଇ ଆଲୋଚନା ବେଳେ ଯୁକ୍ତିତର୍କ ହୋଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କୁରାଡ଼ି, ଛୁରୀ, ଠେଙ୍ଗା ଜବତ କରି ପୋଲିସ ତଦନ୍ତ କରୁଛି । ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ମୃତ ଅଗାଧୁଙ୍କ ପତ୍ନୀ ତଥା ଲିକିଟିପଦର ସରପଞ୍ଚ ଜେନିତା ଗମାଙ୍ଗ ଦାବି କରିଛନ୍ତି ।
ସରପଞ୍ଚଙ୍କ ସ୍ବାମୀ, ଶ୍ବଶୁରଙ୍କୁ ମାରିଦେଲେ ; ରାୟଗଡା ପଦ୍ମପୁରର ଘଟଣା
ସରପଞ୍ଚଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ନିର୍ମମ ହତ୍ୟା । ରାୟଗଡ଼ା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
/kanak/media/media_files/2025/05/03/VROOWFKIm2uP2q1QkrmM.jpg)