କନକ ବ୍ୟୁରୋ :  ରାୟଗଡ଼ା ପୌର ଉପାଧ୍ୟକ୍ଷା ଶୁଭ୍ରାରାଣୀ ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୌରା ଉପାଧ୍ୟକ୍ଷା । ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ଗୋଷ୍ଠୀରେ ଥିବା କାରଣରୁ ଏପରି ଆକ୍ରୋଶ ମୂଳକ ଭାବେ ତାଙ୍କ ପ୍ରତି ଅନାସ୍ଥା ପ୍ରସ୍ତାବ ଅଣା ଯାଇଥିବା କହିଛନ୍ତି ଶୁଭ୍ରା ପଣ୍ଡା । ଦୀର୍ଘ ୩ ବର୍ଷ ଧରି ରାୟଗଡ଼ା ପୌର ପରିଷଦର ଉପାଧକ୍ଷ ରହିଥିଲେ ମଧ୍ୟ କୌଣସି ସହଯୋଗ କରିନଥିବା ଦର୍ଶାଇ ଏହି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ୧୯ ଜଣ କାଉନସିଲର । ରାୟଗଡ଼ା ପୌର ପରିଷଦର ୨୪ ୱାର୍ଡ ରହିଛି । ଆଜି ୧୯ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣିଙ୍କୁ ଭେଟି ପୌର ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ମୋଟ ୨୪ଟି ୱାର୍ଡ ରହିଛି । ସେଥିରୁ ୨୧ଟି ବିଜେଡି, ୨ଟି ବିଜେପି ଓ ଗୋଟିଏରେ କଂଗ୍ରେସ କାଉନସିଲର ରହିଛନ୍ତି । ବିଜେଡିର ଏନ୍ ଭାସ୍କର ରାଓ ଙ୍କ ଗୋଷ୍ଠୀର ୨୧ ଜଣଙ୍କ ମଧରୁ ୧୯ ଜଣ ସଦସ୍ୟ ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।