କନକ ବ୍ୟୁରୋ :  ପାଣିରେ ଭାସୁଛି ଲକ୍ଷାଧିକ ଟଙ୍କାର କଞ୍ଚା ମାଲ । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଲେ ଯେ ଖାଲି  ନଦୀ କୁଳିଆ ଲୋକେ ପ୍ରଭାବିତ ହୁଅନ୍ତି ତାହା ନୁହେଁ । ନଦୀ ଠାରୁ ବହୁ ଦୂରରେ ଥିବା ଗାଁ ଲୋକେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ନଦୀ ଠାରୁ ୮ କିମି ଦୁରରେ ଥିବା ଏକ ପ୍ଲାଷ୍ଟିକ ପାଣି ଟାଙ୍କି ଫ୍ୟାକ୍ଟ୍ରି ଭିତରେ ଲହଡି ମାରୁଛି ପାଣି । ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କଟିସାହି ଗାଁରେ ଥିବା ସୋମ ଇଣ୍ଟରନେସନାଲ ଫ୍ୟାକ୍ଟ୍ରି ଭିତର ଗ୍ରାଉଣ୍ଡ ଫ୍ଲୋର ଭିତରେ ବନ୍ୟା ପାଣି ପଶି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। କିଛି ମାଲ ଉପରକୁ ଅଣାଯାଇଥିଲା ବେଳେ ବାକି ମାଲ ପାଣିରେ ଭାସୁଛି ।