କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ICC T20 ବିଶ୍ୱକପକୁ ନେଇ ବଡ଼ ବୟାନ ଦେଇଛନ୍ତି । ତାଙ୍କ ପୁସ୍ତକ "ଐଶ୍ କି ବାତ୍"ରେ ଅଶ୍ୱିନ କହିଛନ୍ତି ଯେ, ଏହି ବର୍ଷ କେହି T20 ବିଶ୍ୱକପ୍ ଦେଖିବେ ନାହିଁ। ତେବେ ICC T20 ବିଶ୍ୱକପ୍ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେଉଛି। ପାଞ୍ଚଟି ଗ୍ରୁପରେ ବିଭକ୍ତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଦଳ ଅଂଶଗ୍ରହଣ କରିବେ। ଏହିକ୍ରମରେ ଭାରତୀୟ କ୍ରିକେଟ ଦଳ ଗ୍ରୁପ A ରେ ଅଛି। ଟିମ୍ ଇଣ୍ଡିଆ ସହିତ ଏହି ଗ୍ରୁପରେ ପାକିସ୍ତାନ, ଆମେରିକା, ନାମିବିଆ ଏବଂ ନେଦରଲ୍ୟାଣ୍ଡ ଭଳି ଦଳ ଅଛନ୍ତି ।
ତେବେ ଟି-୨୦ ବିଶ୍ୱକପ୍ ଯୋଜନା ସମ୍ପର୍କରେ ଅଶ୍ୱିନ କହିଛନ୍ତି, "ଏ ବର୍ଷର ଟି-୨୦ ବିଶ୍ୱକପ୍ କେହି ଦେଖିବେନି । ଭାରତ ବନାମ ଆମେରିକା, ଭାରତ ବନାମ ନାମିବିଆ ଭଳି ମ୍ୟାଚ୍ ଦର୍ଶକଙ୍କୁ ଟୁର୍ଣ୍ଣାମେଣ୍ଟରୁ ଦୂରେଇବ । ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି, ୧୯୯୬, ୧୯୯୯ ଏବଂ ୨୦୦୩ ବିଶ୍ୱକପ୍ ବହୁତ ସ୍ୱତନ୍ତ୍ର ଥିଲା। କିନ୍ତୁ ଏବେ ସବୁକିଛି ବଦଳି ଯାଇଛି।"
ଆହୁରି ପଢ଼ନ୍ତୁ : ବେଲୁଚିସ୍ତାନରୁ ଆସିଲା ଭାରତ ପାଇଁ ଚିଠି; ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ୍, ଅପରେସନ୍ ସିନ୍ଦୂରକୁ ପ୍ରଂଶସା
ଅଶ୍ୱିନ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ଭାରତୀୟ ଦଳ ଆମେରିକା ଏବଂ ନାମିବିଆ ଭଳି ଦଳ ସହିତ ମୁକାବିଲା କରେ, ତେବେ ପ୍ରଶଂସକମାନେ ଏତେ ଉତ୍ସାହିତ ହେବେ ନାହିଁ। ସେ କହିଛନ୍ତି, "ଯଦି ଟିମ୍ ଇଣ୍ଡିଆ ପ୍ରଥମ ରାଉଣ୍ଡରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ଭଳି ଦଳ ସହିତ ମୁକାବିଲା କରିଥାନ୍ତା, ତେବେ ହୁଏତ ଟୁର୍ଣ୍ଣାମେଣ୍ଟର ଉତ୍ସାହ ପୂର୍ବରୁ ବୃଦ୍ଧି ପାଇଥାନ୍ତା, ଯେପରି ଏହା ପୂର୍ବରୁ ଥିଲା । ଟି-୨୦ ବିଶ୍ୱକପ୍ ବ୍ୟତୀତ, ଅଶ୍ୱିନ ମଧ୍ୟ ODI କ୍ରିକେଟ୍ ବିଷୟରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୨୦୨୭ ODI ବିଶ୍ୱକପ୍ ପରେ, ICCକୁ ଏହି ଫର୍ମାଟ୍ ନେଇ ପୁନଃବିଚାର କରିବାକୁ ପଡ଼ିପାରେ, କାରଣ କ୍ରିକେଟ୍ ପ୍ରଶଂସକମାନେ T20 ଆଡକୁ ମୁହାଁଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/12/18/iZ0AfWbfCIFN62K3JMWn.jpg)