ଆଇପିଏଲ୍‌କୁ ଅଲ୍‌ବିଦା କହିଲେ ଅଶ୍ୱିନ, ଅବସର ପୋଷ୍ଟରେ ଏମିତି କହିଲେ...

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଇଣ୍ଡିଆନ ପ୍ରିମିୟର ଲିଗରେ ୫ଟି ଦଳ ପାଇଁ ଖେଳିସାରିଛନ୍ତି ଅଶ୍ୱିନ । ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ସେ IPL ଖେଳିବା ଜାରି ରଖିବେ ବୋଲି କହିଥିଲେ ।

Ashwin

କନକ ବ୍ୟୁରୋ: ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ସ୍ପିନର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଆଉ IPLରେ ଖେଳୁଥିବା ନଜର ଆସିବେ ନାହିଁ । ତେବେ ସେ ଅନ୍ୟାନ୍ୟ  ଟି-20 ଫ୍ରାଞ୍ଚାଇଜ୍ ଲିଗ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଅଶ୍ୱିନ ଗତ ୨୦୨୪ ମସିହା ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ସେ IPL ଖେଳିବା ଜାରି ରଖିବେ ବୋଲି କହିଥିଲେ । ସେ ଗତ ସିଜିନ୍ IPLରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥିଲେ, ଅଶ୍ୱିନ୍‌ ୯ଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ ଏବଂ ୩୩ ରନ୍ ବି କରିଥିଲେ । ୨୦୨୫ରେ CSKର ସଂଘର୍ଷ ମଧ୍ୟରେ, ଅଶ୍ୱିନଙ୍କ ନାଁ ବିବାଦରେ ମଧ୍ୟ ଯୋଡ଼ି ହୋଇଯାଇଥିଲା । ନିକଟରେ ସେ ଡେୱାଲ୍ଡ ବ୍ରେଭିସ୍ ବିଷୟରେ ମନ୍ତବ୍ୟ ଦେଇଥିଲେ, କହିଥିଲେ ଯେ ତାଙ୍କୁ ଅଧିକ ଟଙ୍କା ଦିଆଯାଇଥିଲା । ପରେ ସେ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇଥିଲେ ।


୩୮ ବର୍ଷୀୟ ଅଫ୍ ସ୍ପିନର ଅଶ୍ୱିନ ୨୨୧ IPL ମ୍ୟାଚରେ ୧୮୭ ୱିକେଟ୍ ନେଇଛନ୍ତି । ତାଙ୍କର ଇକୋନୋମି ରେଟ୍ ୭.୨୦ ଥିଲା ।  ୪ଟି ଦଖଲ କରିବା ୩୪ ରନ୍‌ ଦେଇ ସେ ନିଜର  ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ, ସେ ୯୮ପାଳିରେ ୮୩୩ ରନ୍ କରିଥିଲେ, ଏଥିରେ ତାଙ୍କ ସର୍ବାଧିକ ସ୍କୋର ୫୦ ରନ୍‌ ଥିଲା । ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗରେ ୫ଟି ଦଳ ପାଇଁ ଖେଳିସାରିଛନ୍ତି: ଚେନ୍ନାଇ ସୁପର କିଙ୍ଗସ୍, ପଞ୍ଜାବ କିଙ୍ଗସ୍, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟାଲ୍ସ ଏବଂ ରାଇଜିଂ ପୁନେ ସୁପରଜିଆଣ୍ଟସ୍ । ସେ ଟୁର୍ଣ୍ଣାମେଣ୍ଟରେ ପଞ୍ଜାବର ଅଧିନାୟକତ୍ୱ ମଧ୍ୟ କରିଥିଲେ । IPL ଇତିହାସରେ ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ସୁନୀଲ ନାରାୟଣ ଏବଂ ପୀୟୁଷ ଚାୱଲାଙ୍କ ପରେ ଅଶ୍ୱିନ ପଞ୍ଚମ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଭାବରେ ଅବସର ନେଇଛନ୍ତି ।

ଅଶ୍ୱିନଙ୍କ IPL ଅବସର ପୋଷ୍ଟ 
ନିକଟରେ ଚେନ୍ନାଇ ସୁପର କିଙ୍ଗସ୍ ଉପରେ ଅନେକ ବିବାଦୀୟ ବୟାନ ଦେଇଥିଲେ ଅଶ୍ୱିନ ।  ପରେ ଆଲୋଚନା ହେଉଥିଲା ଯେ ଅଶ୍ୱିନ IPL କ୍ୟାରିଅରକୁ ନେଇ ଶୀଘ୍ର ବଡ଼ ନିଷ୍ପତ୍ତି ନେଇ ପାରନ୍ତି ।  ଏହାପରେ, ଅଶ୍ୱିନ ଆଜି(ବୁଧବାର) ସୋସିଆଲ ମିଡିଆରେ IPLରୁ ଅବସର ଘୋଷଣା କରିଛନ୍ତି । ଅଶ୍ୱିନ ତାଙ୍କ ଅବସର ପୋଷ୍ଟ ସେୟାର କରି ଲେଖିଛନ୍ତି - "ଆଜି ମୋ ପାଇଁ ଏକ ବଡ଼ ଦିନ ଏବଂ ଏକ ନୂଆ ଆରମ୍ଭ ମଧ୍ୟ, କୁହାଯାଏ ଯେ ପ୍ରତ୍ୟେକ ଅନ୍ତ ଏକ ନୂଆ ଆରମ୍ଭ ଆଣିଥାଏ, ମୋର IPL କ୍ୟାରିଅର ବର୍ତ୍ତମାନ ଶେଷ ହେଉଛି, କିନ୍ତୁ ବର୍ତ୍ତମାନ ମୁଁ ବିଶ୍ୱର ବିଭିନ୍ନ ଲିଗ୍‌ରେ କ୍ରିକେଟର ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି  । ମୁଁ ସମସ୍ତ ଫ୍ରାଞ୍ଚାଇଜ୍‌ମାନଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋତେ କ୍ୟାରିଅରରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଦେଇଛନ୍ତି । ମୋତେ ବହୁତ କିଛି ଦେଇଥିବାରୁ IPL ଓ BCCIକୁ ଧନ୍ୟବାଦ । ଆଗାମୀ ସମୟକୁ ଉପଭୋଗ କରିବାକୁ ଅପେକ୍ଷା କରିଛି ।"

କାହିଁକି ନେଲେ ଅବସର ?
ଗତ ସିଜନରେ ଅଶ୍ୱିନଙ୍କୁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଯୋଗୁଁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ସେ CSKର ଖେଳାଳି ଆଫଗାନି ସ୍ପିନର ନୂର ଅହମ୍ମଦଙ୍କୁ ସମାଲୋଚନା କରିଥିଲେ । ଚ୍ୟାନେଲର ଜଣେ ବିଶ୍ଳେଷକ ପ୍ରସନ୍ନ ଅଗୋରମ ଯୁକ୍ତି କରିଥିଲେ ଯେ ଦଳରେ ନୂର ଅହମ୍ମଦଙ୍କ ଆବଶ୍ୟକତା ନଥିଲା । ଅଶ୍ୱିନ ପୂର୍ବରୁ ପ୍ରକାଶ କରିଥିଲେ ଯେ ସେ ୨୦୨୬ ସିଜିନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। IPL ୨୦୨୫ର ମେଗା ନିଲାମୀରେ ଚେନ୍ନାଇ ସୁପର କିଙ୍ଗସ୍ ଅଶ୍ୱିନଙ୍କୁ ୯.୭୫କୋଟି ଟଙ୍କାରେ କିଣିଥିଲା, ଯାହା ଏହି ପୂର୍ବ ଭାରତୀୟ ସ୍ପିନରଙ୍କ ପାଇଁ ଏକ ଇମୋସ୍‌ନାଲ୍‌ ଘର ବାହୁଡା ବୋଲି ବିବେଚନା କରାଯାଉଥିଲା । ତେବେ ଏହି ଅଭିଯାନ ଅଶ୍ୱିନଙ୍କ ପାଇଁ ନିରାଶାଜନକ ରହିଲା, କାରଣ ତାଙ୍କ ପ୍ରଦର୍ଶନ ଆଶାନୁରୂପକ ନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe