ହୋଲିରେ ରାଜନେତା ଖେଳିଲେ ରଙ୍ଗ ; କୋଳାକୋଳି ହେଲେ ତାରା - ରବି

ହୋଲିରେ ଜୟପୁରରେ ରାଜନୀତିର ନିଆରା ରଙ୍ଗ । ହୋଲି ଖେଳ ବେଳେ କୋଳାକୋଳି ହେଲେ ବିଧାୟକ ତାରା ବାହିନୀପତି ଓ ବିଜେଡି ନେତା ରବି ନନ୍ଦ । ଏପଟେ ନେତା ଓ କର୍ମୀଙ୍କ ସହ ହୋଲି ପାଳିଲେ ଜୟନାରାୟଣ ଓ ସୁର ରାଉତରାୟ ।

HOLI IN POLITICS

HOLI IN POLITICS Photograph: (KANAKNEWS)

କନକ ବ୍ୟୁରୋ: ଆଜି ରଙ୍ଗର ପର୍ବ ହୋଲି । ପରସ୍ପରକୁ ଅବିର ବୋଳିବା ସହ ଖୁସିରେ ମସଗୁଲ ଗାଁଠୁ ନେଇ ସହର । ଖୁସି, ଉତ୍ସାହ, ଭାଇଚାରାର ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା , ମନ୍ତ୍ରୀ।  

ଏହି ଅବସରରେ ମାନ, ଅଭିମାନ, ରାଗରୁଷା ଭୁଲି ହୋଲିରେ ଏକାଠି ରାଜନେତା। ଜୟପୁରରେ ଦେଖିବାକୁ ମିଳିଲା ରାଜନୀତିର ନିଆରା ରଙ୍ଗ । ଏକାଠି ହୋଲି ପାଳିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ବିଜେଡି ନେତା ରବି ନନ୍ଦ । ରଙ୍ଗର ପର୍ବ ପାଳିବା ସହ କୋଳାକୋଳି ହେଲେ ଦୁଇ ନେତା । ତାରା ବାହିନୀପତି ଓ ରବି ନନ୍ଦଙ୍କ ହୋଲି ଖେଳକୁ ନେଇ ରାଜ୍ୟ ରାଜନୀତିରେ ଜୋର ଚର୍ଚ୍ଚା । ଏହି ଅବସରରେ ତାରା କହିଛନ୍ତି, ରାଜନୀତି ଗୋଟେ ପଟେ ହୋଲି ଖେଳ ଅନ୍ୟପଟେ । ହୋଲିରେ ସମସ୍ତଙ୍କ ଶାନ୍ତି, ମୈତ୍ରୀ ଓ ପ୍ରଗତିର କାମନା କରିଛନ୍ତି ବିଧାୟକ ତାରା ବାହିନୀପତି । ସେହିପରି ରବି ନନ୍ଦ କହିଛନ୍ତି ହୋଲିରେ କାହା ସହ ଅଭିମାନ ନାହିଁ । ତେଣୁ ସମସ୍ତଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe