କନକ ବ୍ୟୁରୋ : ସ୍ୱାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ । ସେ କହିଛନ୍ତି, ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଦରକାର । ଯେଉଁ ରେଭେନ୍ସା ସାହେବଙ୍କ ବେଳେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା, ତାଙ୍କ ନାଁରେ ରେଭେନ୍ସା ରହିବା ଓଡ଼ିଶା ଅସ୍ମିତା ପ୍ରତି ପ୍ରଶ୍ନବାଚୀ । ବୁଦ୍ଧିଜୀବୀ ଏନେଇ ପ୍ରଶ୍ନ ଉଠାଇବା ଦରକାର ।

ଧର୍ମେନ୍ଦ୍ର କହିଛନ୍ତି ଯେ, ଯେଉଁ ରେଭେନ୍ସା ସାହେବଙ୍କ ନାଁରେ ଏହାର ନାମକରଣ ହୋଇଛି, ତାଙ୍କ ଭୂମିକା କଣ ଥିଲା । ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କଣ । ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କ ଆବଶ୍ୟକ ବୋଲି ସେ କହିଛନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରଖିଛି । ତେବେ ଇଂରେଜ ଅମଳର ରେଭେନ୍ସା ସାହେବଙ୍କ ନାଁରେ ଏହାର ନାଁ ରହିଆସିଛି । ତେଣୁ ଏହି ନାଁ ବଦଳାଇବା ନେଇ ଯୁକ୍ତି ବାଢ଼ିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।