କନକ ବ୍ୟୁରୋ: ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର ହୋଇଛି । ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଭେନ୍ସା ଆଣ୍ଟି ରାଗିଂ କମିଟିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର ହୋଇଛି । ଅପରାହ୍ନ ୫.୩୦ ପରେ ରେଭେନ୍ସାରେ ମହିଳା କର୍ମଚାରୀଙ୍କୁ ଅଫିସରେ କାର୍ଯ୍ୟ କରିବାକୁ ବାରଣ ଥିଲା । ଆଣ୍ଟି ରାଗିଂ କମିଟି, ଆଣ୍ଟି ରାଗିଂ ସ୍କ୍ୱାଡ୍‌, ଆଣ୍ଟି ରାଗିଂ ସେଲ୍ ଗଠନ କରାଯାଇ ନିଷ୍ପତ୍ତି ନିଆଯାଇଥିଲା ।  ତେବେ ପୂର୍ବରୁ ପ୍ରକାଶ କରିଥିବା ବିଜ୍ଞପ୍ତି ଏବେ ପ୍ରତ୍ୟାହାର କରାଯାଇଛି । ମହିଳାଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୁର୍ନବାର ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଆଉ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।