ରେଭେନ୍ସା ବିଶ୍ବ ବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗ : ଗୃହରେ ଲିଖିତ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Advertisment

ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଗତ ଅଗଷ୍ଟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ ଗତ ଅଗଷ୍ଟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

revensha

Photograph: (KanakNews)

କନକବ୍ୟୁରୋ : ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ  ସୁର୍ଯ୍ୟବଂଶୀ ସୂରଜ । ଗତ ଅଗଷ୍ଟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଯାହାକୁ ନେଇ ଦେଖାଦେଇଥିଲା ତୁମ୍ଭିତୋଫାନ  ।  ରେଭେନ୍ସାର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ସହ ବିତର୍କ ସଭା ହୋଇଥିଲା । ଏବେ କିନ୍ତୁ ରେଭେନ୍ସା ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ   ।

୧୮୬୮ ମସିହାରେ ରେଭେନ୍ସା କଲେ ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୬ ନଭେମ୍ୱର ୧୫ ତାରିଖରେ ଏହା ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା । ସୂଚନା ଅନୁଯାୟୀ ୧୮୬୬ର ନ'ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କଟକଠାରେ ଏକ କଲେଜ ଗଢିବାର ଯୋଜନା କରିଥିଲେ  ।  ଶେଷରେ ସେତେବେଳର ଓଡ଼ିଶା ଡିଭିଜନ ମୁଖ୍ୟ ଥିବା 'ଥୋମାସ ରେଭେନ୍ସା' ,  ବଙ୍ଗ ସରକାରଙ୍କୁ ଓଡ଼ିଶାର ଛାତ୍ର ଛାତ୍ରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ ଓ କଟକର ଜିଲ୍ଲା ସ୍କୁଲଠାରେ ଏକ କଲିଜିଏଟ କ୍ଳାସ ଆରମ୍ଭ କରିବାର ଅନୁମତିବି ପାଇଗଲେ  ।

ଏହିପରି ଭାବେ ୬ ଜଣ ଛାତ୍ରଙ୍କୁ ନେଇ ୧୮୬୮ରେ କଟକରେ ଓଡ଼ିଶାର ପ୍ରଥମ କଲେଜ ଆରମ୍ଭ ହେଲା । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା ।  ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ , ସମ୍ପୂର୍ଣ୍ଣ ଏକକ ଓଡିଶା ଗଠନ, ଓଡ଼ିଆ ଜାତୀୟତାବାଦର ସମ୍ପ୍ରସାରଣ, ସବୁଜ ସାହିତ୍ୟଠାରୁ ଓଡ଼ିଆ ସାହିତ୍ୟର ବିକାଶ କରିବା, ଜାତୀୟତାବାଦର ବହ୍ନି ଏହିଠାରୁ ଚାରିଆଡେ ବିସ୍ତାର ହୋଇଥିଲା । କେବଳ ସେତିକି ନୁହେଁ, ଓଡ଼ିଆ ଅସ୍ମିତା, ଜାତୀୟତାବାଦ,  ଓଡିଶା ସମ୍ପୂର୍ଣ୍ଣ ପ୍ରଦେଶ ଗଠନ, ଓଡ଼ିଆ ସାହିତ୍ୟର ବିକାଶରେ ରେଭେନ୍ସା ଏବଂ ରେଭେନ୍ସାର ଛାତ୍ର ମାନଙ୍କର ଭୂମିକା ବେଶ ଗୁରୁତ୍ୱର ଥିଲା। ଭାରତଛାଡ଼ ଆନ୍ଦୋଳନ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ୧୯୪୨ ଅଗଷ୍ଟ ମାସରେ ରେଭେନ୍ସା ଟେନିସ କୋର୍ଟଠାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe