କନକ ବ୍ୟୁରୋ: କଟକ ରେଭେନସା ବିଶ୍ଵବିଦ୍ୟାଳୟରେ ରାଗିଂ ଅଭିଯୋଗ । ବିଶ୍ବବିଦ୍ୟାଳୟ ଇଷ୍ଟ ହଷ୍ଟେଲର କିଛି ଛାତ୍ର ସେମାନଙ୍କ ସିନିୟର୍ ଛାତ୍ରଙ୍କଠାରୁ ରାଗିଂ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ୧୦ ଜଣ ଛାତ୍ରଙ୍କ ନାଁରେ କଲେଜ କର୍ତ୍ତୃପକ୍ଷଙ୍କ ପାଖକୁ ଅଭିଯୋଗ ଆସିଛି । ଏହାପରେ ପ୍ରାଥମିକ ପଦକ୍ଷେପ ସ୍ବରୁପ, ସମ୍ପୃକ୍ତ ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ଗତକାଲି ସେହି ୧୦ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସରେ ରହିଥିଲେ । ଆଜି ଦିନ ସାଢେ ୧୦ଟା ବେଳେ ରେଭେନ୍ସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ବୈଠକ ବସିବାର ଅଛି ।  ଏହା ପୂର୍ବରୁ ରାଗିଂ ଅଭିଯୋଗ ଆସିଛି ।