ବିଧାନସଭାରେ ‘ରେଭେନ୍ସା’ ଝଡ । ନାଁ ପରିବର୍ତନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

Advertisment

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ହେବ ନା ନାହିଁ। ଯଦି ହେବ କାହିଁକି ହେବ? ଯଦି ହେବନି କାହିଁକି ହେବନି। ଏହିପରି ୨ଟି ପ୍ରଶ୍ନକୁ ନେଇ ଉଠିଛି ପଡିଛି ବିଧାନସଭା। ୨୪ ଘଣ୍ଟା ପୂର୍ବରୁ କଟକ ରେଭେନ୍ସା କ୍ୟାମ୍ପସରେ ଯେଉଁ ତାତି ପରିଲିକ୍ଷିତ ହୋଇଥିଲା

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ପରିବର୍ତ୍ତନ ହେବ ନା ନାହିଁ। ଯଦି ହେବ କାହିଁକି ହେବ? ଯଦି ହେବନି କାହିଁକି ହେବନି। ଏହିପରି ୨ଟି ପ୍ରଶ୍ନକୁ ନେଇ ଉଠିଛି ପଡିଛି ବିଧାନସଭା। ୨୪ ଘଣ୍ଟା ପୂର୍ବରୁ କଟକ ରେଭେନ୍ସା କ୍ୟାମ୍ପସରେ ଯେଉଁ ତାତି ପରିଲିକ୍ଷିତ ହୋଇଥିଲା

revenshaw politics

କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ହେବ ନା ନାହିଁ। ଯଦି ହେବ କାହିଁକି ହେବ? ଯଦି ହେବନି କାହିଁକି ହେବନି। ଏହିପରି ୨ଟି ପ୍ରଶ୍ନକୁ ନେଇ ଉଠିଛି ପଡିଛି ବିଧାନସଭା। ୨୪ ଘଣ୍ଟା ପୂର୍ବରୁ କଟକ ରେଭେନ୍ସା କ୍ୟାମ୍ପସରେ ଯେଉଁ ତାତି ପରିଲିକ୍ଷିତ ହୋଇଥିଲା ତାହାର ଉଷ୍ମତା ବିଧାନସଭାରେ ଦେଖିବାକୁ ମିଳିଛି। ବିଜେଡି-ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଗୃହ ବାହାରେ ଟି.ଇ ରେଭେନ୍ସା ରାଜନୈତିକ ଦଳ ପାଇଁ ପାଲଟିଛନ୍ତି ରାଜନୀତିର ମୁଦ୍ଦା। ଫକୀର ମୋହନ ସେନାପତି ତାଙ୍କ ବହିରେ ରେଭେନ୍ସାଙ୍କୁ ପ୍ରଂଶସା କରିଥିବା କହିଛି ବିଜେଡି। ଅନ୍ୟପଟେ ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଦାୟୀ କରି ବିଜେଡିକୁ କଡା ଜବାବ ଦେଇଛି ବିଜେପି। 

  • ବିଧାନସଭାରେ ପଶିଲା ‘ରେଭେନ୍ସା’ ରାଜନୀତି
  • ନାଁ ପରିବର୍ତ୍ତନକୁ ନେଇ ଗୃହରେ ଝଡ

ଗତ ୩୧ ତାରିଖରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିତର୍କ ପାଇଁ ଆହ୍ବାନ ଦେଇଥିଲେ। ଆଉ ୫ ଦିନ ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଲା ସତ, ହେଲେ ସରକାରଙ୍କ ମୁହଁରୁ କଥା କାଢିବାରେ ଏଯାବତ ବିରୋଧୀ ସଫଳ ହୋଇନାହାନ୍ତି। ଅନ୍ୟପଟେ କଂଗ୍ରେସ କହିଛି, ଏହି ପ୍ରସଙ୍ଗ କଟକବାସୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି।   

ସୂଚନାଯୋଗ୍ୟ ଯେ, ରେଭେନ୍ସା ନାଁ ପରିବର୍ତ୍ତନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ତୁ ତୁ ମେଁ ମେଁ କୌଣସି ନିଷ୍କର୍ସ ପାଇଁ ରାସ୍ତା ଖୋଲିବ ନା କେବଳ ରାଜନୀତି ଭିତରେ ସୀମିତ ରହିବ। ତାହା ହିଁ ଦେଖିବାକୁ ବାକି ରହିଲା....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe