ବୟାନ, ପ୍ରତିବାଦ, ଗଣ୍ଡଗୋଳ । ପୁଲିସ ନଜରରେ ରେଭେନ୍ସା କ୍ୟାମ୍ପସ

Advertisment

ଗତକାଲି ରେଭେନ୍ସା କ୍ୟାମ୍ପସ ଭିତରେ ଛାତ୍ର ଆନ୍ଦୋଳନ ପରେ ଆଜି ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କଟକ ଡିସିପିଙ୍କୁ ଚିଠି ଲେଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଆଉ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ

ଗତକାଲି ରେଭେନ୍ସା କ୍ୟାମ୍ପସ ଭିତରେ ଛାତ୍ର ଆନ୍ଦୋଳନ ପରେ ଆଜି ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କଟକ ଡିସିପିଙ୍କୁ ଚିଠି ଲେଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଆଉ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ

campus

କନକ ବ୍ୟୁରୋ: ଗତକାଲି ରେଭେନ୍ସା କ୍ୟାମ୍ପସ ଭିତରେ ଛାତ୍ର ଆନ୍ଦୋଳନ ପରେ ଆଜି ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। କଟକ ଡିସିପିଙ୍କୁ ଚିଠି ଲେଖି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଆଉ ରେଭେନ୍ସାର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତି ପରେ କଟକରେ ବିବାଦ ଦେଖିବାକୁ ମିଳିଛି। ପୂର୍ବତନ ଛାତ୍ର ଓ କିଛି ଛାତ୍ର ସଙ୍ଗଠନ ଏହାକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି ।

  • ବୟାନ, ପ୍ରତିବାଦ, ଗଣ୍ଡଗୋଳ
  • ପୁଲିସ ନଜରରେ ରେଭେନ୍ସା କ୍ୟାମ୍ପସ

ରେଭେନ୍ସା ନାଁ ପରିବର୍ତ୍ତନକୁ ନେଇ ବିଶ୍ବବିଦ୍ୟାଳୟ ଭିତରେ ଓ ବାହାରେ ବିଭିନ୍ନ ସଙ୍ଗଠନର ପ୍ରଦର୍ଶନ ପରେ ଏବେ ପିସିଆର ଟିମ କ୍ୟାମ୍ପସ ପରିସରରେ ଘନ ଘନ ବୁଲୁଛି । ପ୍ରବେଶ ପଥରେ ପୁଲିସ ଛିଡା ହୋଇ ଛାତ୍ରଛାତ୍ରୀଙ୍କ ଯିବା ଆସିବା ଉପରେ କଡା ନଜର ରଖିଛନ୍ତି । ପରିଚୟ ପତ୍ର ଯାଞ୍ଚ କରୁଛନ୍ତି ।  କିଏ ଆସୁଛି କିଏ ଯାଉଛି ତା ଉପରେ ନଜର ରହିଛି । ଶିକ୍ଷାନୁଷ୍ଠାନରେ ଅପ୍ରୀତିକର ପରିସ୍ଥିତିର ଆଶଙ୍କା କରି ବିଶ୍ବବିଦ୍ୟାଳୟକୁ ପୁଲିସ ନଜରରେ ରଖିଛି।  

ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବାକୁ ୨୪ ଘଣ୍ଟା ପୁଲିସ ମୁତୟନ ପାଇଁ କଟକ ଡେପୁଟି ପୁଲିସ କମିଶନରଙ୍କୁ ଚିଠି ଲେଖିଥିଲେ ରେଜିଷ୍ଟ୍ରାର। ଏଥିରେ ଦର୍ଶାଯାଇଥିଲା, ପ୍ରଦର୍ଶନରେ ଅଧିକାଂଶ ବାହାର ଲୋକ ସାମିଲ ହେଉଛନ୍ତି । ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି । ତେଣୁ ଅଶାନ୍ତ ପରିବେଶକୁ ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉ ଓ ୨୪ ଘଣ୍ଟା ପୁଲିସ ମୁତୟନ କରାଯାଉ । ଏହାପରେ କ୍ୟାମ୍ପସ ପୁଲିସ ନଜରରେ ରହିଛି । 

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ପରେ କଟକରେ ବିବାଦ ତେଜିଛି । ପୂର୍ବତନ ଛାତ୍ର ଓ କିଛି ସଙ୍ଗଠନ ବିରୋଧ କରି ଆନ୍ଦୋଳନ କରିଛନ୍ତି । ବୁଧବାର ଦିନ ବିଶାଳ ମଶାଲ ଯାତ୍ରା ବି ହୋଇଛି ।  ଏହି ସମୟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଆଉ କ୍ୟାମ୍ପସରେ ଶାନ୍ତି ବିଗିଡିବା ଆଶଙ୍କା ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe