କନକବ୍ୟୁରୋ : ରେଭେନ୍ସା ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଏକ ବେଟିଂ ସାଇଟ୍‌ ଖୋଲୁଛି । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି ।  ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା ।  ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌

Advertisment

ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।   ସେପଟେ ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଥିଲା ।  ପେଜ୍‌ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଥିଲା ।  ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ପୂର୍ବଭଳି ଠିକ୍ ହୋଇ ଯାଇଥିଲା।