କନକ ବ୍ୟୁରୋ: ଅସତ୍ୟ ଉପରେ ସତ୍ୟର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୂପ ଦେଶରେ ପାଳନ କରାଯାଉଛି ରାବଣ ପୋଡ଼ି । ଆଜି ବିଜୟାଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଦେଖିବାକୁ ମିଳିଛି । ଦିଲ୍ଲୀର ମାଧବ ଦାସ ପାର୍କରେ ରାବଣ ପୋଡ଼ି ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । ପଡ଼ିଆରେ ରାମଲୀଳାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ରାମ ଲକ୍ଷ୍ମଣ ବେଶରେ ଥିବା କଳାକାରଙ୍କୁ ପୂଜା କରିବା ସହ ମଞ୍ଚ ଉପରୁ ତୀର ମାରି ଅହଙ୍କାର ରୂପୀ ରାବଣର ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ । ରାବଣ ପୋଡ଼ି ଦେଖିବାକୁ ପ୍ରବଳ ଭିଡ଼ ଦେଖିବାକୁ ମଳିଛି । ହିନ୍ଦୁଧର୍ମରେ ରାବଣକୁ ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି । ବିଜୟା ଦଶମୀରେ ରାବଣ ଦହନ କରି ନିଜ ଭିତରେ ଥିବା ଅହଙ୍କାରକୁ ମାରିବା ପାଇଁ ବାର୍ତ୍ତା ଦିଆଯାଇଛି । ଦିଲ୍ଲୀ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡଠାରୁ ନେଇ ଜମ୍ମୁ କାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାବଣ ଦହନ କରାଯାଉଛି । ବିଜୟା ଦଶମୀ ଅବସରରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅଯୋଧ୍ୟାରେ ମଧ୍ୟ ଏହି ପର୍ବକୁ ଧୁମଧାମରେ ପାଳନ କରାଯାଉଛି । ଦୀର୍ଘ ଦିନ ଧରି କାରିଗରମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଅସତ୍ୟ ଉପରେ ସତ୍ୟର ବିଜୟ । ସାରା ଦେଶରେ ପାଳନ ହେଉଛି ରାବଣ ପୋଡ଼ି
ବିଜୟାଦଶମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଦେଖିବାକୁ ମିଳିଛି । ଦିଲ୍ଲୀ ମାଧବ ଦାସ ପାର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।