କାଲି ରତ୍ନଭଣ୍ଡାର ସ୍ଥାନାନ୍ତର : ଆସନ୍ତାକାଲି ଦିନ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ଆସନ୍ତାକାଲି ଦିନ ୧୦ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ । ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ

35

Photograph: (kanaknews)

କନକବ୍ୟୁରୋ :  ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ଆସନ୍ତାକାଲି ଦିନ ୧୦ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ । ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯିବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ ।

ଏଥିପାଇଁ ମଙ୍ଗଳବାର ଦିନ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗ ମୋହନ ଶୋଧ କରାଯିବ ।  ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ  ।  ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ  ବାରଣ ରହିବ ।   ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe