ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ । ୨ ତାରିଖ ପର୍ଯ୍ୟନ୍ତ କାମ ବନ୍ଦ ।

Advertisment

ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରତ୍ନଭଣ୍ଡାର ମରାମତି କାମ । ପୁଣି ୩ରୁ କାମ ଆରମ୍ଭ ।

ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରତ୍ନଭଣ୍ଡାର ମରାମତି କାମ । ପୁଣି ୩ରୁ କାମ ଆରମ୍ଭ ।

ratnabhandar 33

Photograph: (google)

କନକ ବ୍ୟୁରୋ: ଆଜିଠୁ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ । ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ ଅନୁମାନ କରାଯାଉଛି । ତେଣୁ ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ୨ ତାରିଖ ପର୍ଯ୍ୟନ୍ତ ମରାମତି କାମ ସ୍ଥଗିତ ରହିବ।

ପୁଣି ୩ ତାରିଖ ଠାରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଆଜି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଛି। ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ର କୂଳରେ ବୁଲିବାର ମଜା ନେଉଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe