ଖୋଲିବ ରତ୍ନଭଣ୍ଡାର। ଶ୍ରୀମନ୍ଦିର ଭିତରେ ୨୬ ଜଣିଆ ଟିମ୍।

Advertisment

ଆଉ କିଛି ସମୟରେ ଖୋଲିବ ରତ୍ନଭଣ୍ଡାର। ଏଥିପାଇଁ ଶ୍ରୀମନ୍ଦିର ମଧ୍ୟକୁ ଯାଇଛନ୍ତି ୨୬ ଜଣିଆ ଟିମ୍। ଏଥିରେ ଏଏସଆଇ ଟିମ୍ ସମେତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ

ଆଉ କିଛି ସମୟରେ ଖୋଲିବ ରତ୍ନଭଣ୍ଡାର। ଏଥିପାଇଁ ଶ୍ରୀମନ୍ଦିର ମଧ୍ୟକୁ ଯାଇଛନ୍ତି ୨୬ ଜଣିଆ ଟିମ୍। ଏଥିରେ ଏଏସଆଇ ଟିମ୍ ସମେତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ

asi ratna bhandar

କନକ ବ୍ୟୁରୋ: ଆଉ କିଛି ସମୟରେ ଖୋଲିବ ରତ୍ନଭଣ୍ଡାର। ଏଥିପାଇଁ ଶ୍ରୀମନ୍ଦିର ମଧ୍ୟକୁ ଯାଇଛନ୍ତି ୨୬ ଜଣିଆ ଟିମ୍। ଏଥିରେ ଏଏସଆଇ ଟିମ୍ ସମେତ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ଏବଂ ଅନ୍ୟ ବୈଷୟିକ ଟିମ୍ ଶ୍ରୀମନ୍ଦିରରକୁ ଯାଇଛନ୍ତି। ଏଥିପାଇଁ ଦିନ ଗୋଟାଏରୁ ସାଧାରଣ ଦର୍ଶନ ବନ୍ଦ ରହିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ଶ୍ରୀମନ୍ଦିରର ଯାଂଚ ହେବ । ଗୁପ୍ତ ସୁଡ଼ଙ୍ଗ ଅବା ଗୁପ୍ତ ଅଳଙ୍କାର ଉପରୁ ପରଦା ହଟିପାରେ ବୋଲି ଆଶା କରାଯାଉଛି। ଭିତର ଓ ବାହାର ରତ୍ନଭଣ୍ଡାରର ନୀରିକ୍ଷଣ କରିବେ ଏଏସଆଇ ଟିମ୍‌ । ରତ୍ନଭଣ୍ଡାର ଚଟାଣ ତଳେ ଓ କାନ୍ଥ ପଛପଟେ କଣ ରହିଛି, ତାହା ଜାଣିବା ପାଇଁ ଜିପିଆର ସର୍ଭେ ଓ ଲେଜର ସ୍କନିଂ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା। ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe