କନକ ବ୍ୟୁରୋ : ଆଜି ବସୁଛି ରତ୍ନଭଣ୍ଡାର ସବ୍-କମିଟି ବୈଠକ । ପରିଚାଳନା କମିଟି ଗଠନ ହେବା ପରେ ଗଠିତ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍ କମିଟି । କମିଟିରେ ଅଛନ୍ତି ୯ ସଦସ୍ୟ । କମିଟି ଗଠନ ପରେ ଆସନ୍ତାକାଲି ବସିବ ପ୍ରଥମ ବୈଠକ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ । ରତ୍ନଭଣ୍ଡାର ମରାମତି ସରିଛି । ତେଣୁ ବାହାରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସବୁ କିଭଳି ଭିତର ସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେବ, ସେନେଇ ବୈଠକରେ ଆଲୋଚନା ହେବ । ୯ ଜଣିଆ ସବ୍ କମିଟି ବୈଠକରେ ଆଲୋଚନା ପରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ରହିବେ ପଦ ପ୍ରଯୁକ୍ତ ସଦସ୍ୟ । ଶ୍ରୀ ଗଣେଶ ଦାସ ମହାପାତ୍ର ଅଛନ୍ତି ସଭ୍ୟ । ଆରକ୍ଷୀ ଅଧୀକ୍ଷକ ପୁରୀ ସ୍ଵତନ୍ତ୍ର ନିମନ୍ତ୍ରିତ ପଦ ପ୍ରଯୁକ୍ତ ସଭ୍ୟ ରହିଛନ୍ତି । ରାମ ନାରାୟଣ ଗୋଛିକାର, ମଧୁସୂଦନ ସିଂହାରୀ, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ରହିଛନ୍ତି । ନାରାୟଣ ମେକାପ, ରବି ନାରାୟଣ ଦାଶ ସହ ମନୋନୀତ ସଭ୍ୟ ରହିଛନ୍ତି । ଏଥିସହିତ ନୀତି ପ୍ରଶାସକ ପଦ ପ୍ରଯୁକ୍ତ ଆବାହକ ରହିଛନ୍ତି ।
ଆଜି ବସୁଛି ରତ୍ନଭଣ୍ଡାର ସବ୍-କମିଟି ବୈଠକ : ଗଣତି, ମଣତି ନେଇ ହୋଇପାରେ ଆଲୋଚନା
ପରିଚାଳନା କମିଟି ଗଠନ ହେବା ପରେ ଗଠିତ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍ କମିଟି । କମିଟିରେ ଅଛନ୍ତି ୯ ସଦସ୍ୟ । କମିଟି ଗଠନ ପରେ ଆସନ୍ତାକାଲି ବସିବ ପ୍ରଥମ ବୈଠକ ।
/kanak/media/media_files/2025/09/17/ratnabhandar-2025-09-17-16-31-41.jpg)