କନକବ୍ୟୁରୋ : କନକ ନ୍ୟୁଜରେ ରତ୍ନଭଣ୍ଡାର ନେଇ ଖବର ପ୍ରକାଶ ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜାନୁୟାରୀ ଶେଷ ସୁଦ୍ଧା ସରିବ ଗଣତି ମଣତି ପ୍ରକ୍ରିୟା। କିଛି ସମୟ ଆଗରୁ ମହାପ୍ରଭୁଙ୍କ ସୁନା ମୁକୁଳା ପଡ଼ିଥିବା ଖବର ପ୍ରକାଶ କରିଥିଲୁ । ବହୁ ବାଦ ବିବାଦ ଓ ଆଶା ଆଶଙ୍କା ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନୠଣ୍ଡାର ଯାଞ୍ଚ ପାଇଁ ଖୋଲାଯାଇଥିଲା ।
ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ତେବେ ଏ ପର୍ଯ୍ୟନ୍ତ ରତ୍ନୠଣ୍ଡାରରେ ମରାମତି ହୋଇନାହିଁ କି ଅଳଙ୍କାର ସବୁ ଗଣତିମଣତି ହୋଇନଥିବା ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।
ମହାପ୍ରଭୁଙ୍କ ଅଳଙ୍କାରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ଆସନ୍ତା ବୁଧବାର ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/18/D1o4iLvls8K0LQU6rZdm.jpg)