ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି-ମଣତି ସମ୍ଭାବନା , ଦୁଇଟି ଟିମ୍ କରିବେ ରତ୍ନଭଣ୍ଡାର ଗଣନା

Advertisment

ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତି ମଣତି । ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଲେ, ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି ।

Puri Sree Mandir

Puri Sree Mandir Photograph: (Kanak News)

କନକ ବ୍ୟୁରୋ : ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତି ମଣତି । ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଲେ, ଛତିଶା ନିଯୋଗ ସହିତ ଆଲୋଚନା ହୋଇଛି । ଖୁବଶୀଘ୍ର ସମୟ ନିର୍ଘଣ୍ଟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତିମଣତି ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ମ୍ୟାନେଜିଂ କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।

ଅଧିକ ପଢନ୍ତୁ : ରତ୍ନଭଣ୍ଡାର ଗଣତି ମଣତି ପାଇଁ ସରକାର ତତ୍ପର : ଆଇନମନ୍ତ୍ରୀଙ୍କ ଘରେ ବୈଠକ ଶେଷ

ସେମାନେ ଛତିଶା ନିଯୋଗ ସହିତ କଥା ହୋଇ ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ ଦିନ ଓ ସମୟ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଗତକାଲି ରତ୍ନଭଣ୍ଡାର ଗଣତିମଣତି ଏସ୍‌ଓପି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗଣତି ମଣତି ଏସଓପି ଉପରେ ଆଲୋଚନା ହୋଇଥିଲା । ଦୁଇଟି ଟିମ୍ ଗଣତି ମଣତିରେ ନିୟୋଜିତ ହେବା ନେଇ ନିଷ୍ପତ୍ତି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe