କନକ ବ୍ୟୁରୋ : ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୂର ହେଲା ଲୋକଙ୍କ ଦ୍ୱନ୍ଦ ଓ ଆଶଙ୍କା । ଆସନ୍ତା ମାର୍ଚ୍ଚ ମାସ ୨୫ ତାରିଖ ବୁଧବାର ଦିନ ହେବ ଅଳଙ୍କାର ଗଣତିମଣତି ପକ୍ରିୟା । ଏହି ପକ୍ରିୟାରେ ୨ଟି ଟିମ ଉପସ୍ଥିତ ରହିବେ । ଦିନ ୧୨.୨୦ରୁ ୧.୪୫ ମଧ୍ୟରେ ବାହାରିଛି ମାହେନ୍ଦ୍ରବେଳା । ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଖୋଲାଯାଇ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ । ପରିଚାଳନା କମିଟିରେ ନିଆଯାଇଛି ନିଷ୍ପତ୍ତି ।
ଅଧିକ ପଢ଼ନ୍ତୁ : ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା; କହିଲେ ଏସଓପିକୁ ମିଳିଛି ସରକାରଙ୍କ ଅନୁମୋଦନ
ତିନୋଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ । ପ୍ରଥମେ ଚଳନ୍ତି,ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ । ଗଣତି ମଣତି ସମୟରେ ବାହାର କାଠ ଦର୍ଶନ ହେବ । ଶନିବାର ରବିବାର ସମେତ ଯାନୀ ଯାତ୍ରା ଓ ନିତି ବହୁଳ ସମୟରେ ଗଣତି ମଣତି କରାଯିବ ନାହିଁ । ଗଣତି ମଣତି ସମୟରେ ଡ଼ିଜିଟାଇଜେସନ ଓ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଏ ନେଇ କୋର୍ଟ କୁ ଅବଗତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/ratna-bhandar-2026-03-02-20-33-46.jpg)