ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ : ଆଇନ ମନ୍ତ୍ରୀ

Advertisment

ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ । କହିଲେ ,ଆଇନ ମନ୍ତ୍ରୀ 

ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ । କହିଲେ ,ଆଇନ ମନ୍ତ୍ରୀ 

1

Photograph: (kanaknews)

କନକ ବ୍ୟୁରୋ : ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଲେ , ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ରତ୍ନ ଭଣ୍ଡାର । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ । ସେହିପରି ରତ୍ନ ଭଣ୍ଡାର ଗଠନମୂଳକ ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ଅସୁବିଧା ଶହେ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ । ତାକୁ ନଜର ରଖି ମରାମତି କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି , ମରାମତି କାମ ଶେଷ ପର୍ଯ୍ୟାୟରେ ଅଛି । ଟାର୍ଗେଟ ରଖାଯାଇଥିଲା ବାହୁଡ଼ା ସୁଦ୍ଧା ରତ୍ନ ଭଣ୍ଡାର କାମ ସାରିବା ପାଇଁ । ଆମେ ଶେଷ ସ୍ଥିତିରେ ପହଞ୍ଚି ସାରିଛୁ । ରତ୍ନ ଭଣ୍ଡାରର ମରାମତି ସରିବା ପରେ ବାକି କାମ ଯାହା ରହିଲା ମହାପ୍ରଭୁଙ୍କ ଅଳଙ୍କାର ସିନ୍ଧୁକ ଭିତରକୁ ଯିବ । ତାପରେ ଗଣତିମଣତି ଆରମ୍ଭ ହେବ । ମହାପ୍ରଭୁ ନୀଳାଦ୍ରିବିଜେ ହେବା ପରେ ଆରମ୍ଭ ହେବ ପ୍ରକ୍ରିୟା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe