କନକ ବ୍ୟୁରୋ : ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କହିଲେ , ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ରତ୍ନ ଭଣ୍ଡାର । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରର କୌଣସି ପ୍ରକାର ନିର୍ମାଣଜନିତ ତ୍ରୁଟି ରହିବ ନାହିଁ । ସେହିପରି ରତ୍ନ ଭଣ୍ଡାର ଗଠନମୂଳକ ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ଅସୁବିଧା ଶହେ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ । ତାକୁ ନଜର ରଖି ମରାମତି କରାଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି , ମରାମତି କାମ ଶେଷ ପର୍ଯ୍ୟାୟରେ ଅଛି । ଟାର୍ଗେଟ ରଖାଯାଇଥିଲା ବାହୁଡ଼ା ସୁଦ୍ଧା ରତ୍ନ ଭଣ୍ଡାର କାମ ସାରିବା ପାଇଁ । ଆମେ ଶେଷ ସ୍ଥିତିରେ ପହଞ୍ଚି ସାରିଛୁ । ରତ୍ନ ଭଣ୍ଡାରର ମରାମତି ସରିବା ପରେ ବାକି କାମ ଯାହା ରହିଲା ମହାପ୍ରଭୁଙ୍କ ଅଳଙ୍କାର ସିନ୍ଧୁକ ଭିତରକୁ ଯିବ । ତାପରେ ଗଣତିମଣତି ଆରମ୍ଭ ହେବ । ମହାପ୍ରଭୁ ନୀଳାଦ୍ରିବିଜେ ହେବା ପରେ ଆରମ୍ଭ ହେବ ପ୍ରକ୍ରିୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/03/1-2025-07-03-16-19-37.jpg)