ରାସନକାର୍ଡ ଇ-କେୱାଇସି ଦ୍ୱନ୍ଦ: ଚିନ୍ତାରେ ଲକ୍ଷାଧିକ ହିତାଧିକାରୀ

ଡିଲରଙ୍କଠାରୁ  ରାସନ ନେଉଛନ୍ତି କି ? ଆପଣ ଇ-କେଓ୍ବାଇସି କରିଛନ୍ତି ତ ? ଯଦି କରିନାହାନ୍ତି ତେବେ ଅପଡେଟ କରାଇ ନିଅନ୍ତୁ ନହେଲେ ରାସନ କାର୍ଡରୁ କଟିଯିବ ଆପଣଙ୍କ ନାଁ ।

ଅଦ୍ୟତନ ହୋଇଛି
efe

କନକ ବ୍ୟୁରୋ: ଡିଲରଙ୍କଠାରୁ  ରାସନ ନେଉଛନ୍ତି କି ? ଆପଣ ଇ-କେଓ୍ବାଇସି କରିଛନ୍ତି ତ ? ଯଦି କରିନାହାନ୍ତି ତେବେ ଅପଡେଟ କରାଇ ନିଅନ୍ତୁ ନହେଲେ ରାସନ କାର୍ଡରୁ କଟିଯିବ ଆପଣଙ୍କ ନାଁ । ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ବି ହେବେ ।  ସରକାର ଇ-କେୱାଇସି ବାଧ୍ୟତାମୂଳକ କରିବା ପରେ ଏବେ ରାଜ୍ୟର ଲକ୍ଷାଧିକ ହିତାଧିକାରୀଙ୍କ ମନରେ ଛନକା ପଶିଛି  ।

ଡିଲରରୁ ରାସନ ନେଉଛନ୍ତି କି? ଆପଣ ଇ-କେଓ୍ବାଇସି କରିଛନ୍ତି ତ ? ଯଦି କରିନାହାନ୍ତି ତେବେ ଅପଡେଟ କରାଇ ନିଅନ୍ତୁ ନହେଲେ ରାସନ କାର୍ଡରୁ କଟିଯିବ ଆପଣଙ୍କ ନାଁ । ରାସନ ସାମଗ୍ରୀ ପାଇବାରୁ ହେବେ ବଞ୍ଚିତ ।  ଲକ୍ଷାଧିକ ହିତାଧିକାରୀଙ୍କ ମନରେ ପଶିଛି ଛନକା । 

ସୋସିଆଲ ମିଡିଆରେ ଘୁରିବୁଲୁଛି ଏହି ନୋଟିସ। ରାସନକାର୍ଡଧାରୀ ଇ-କେଓ୍ବାଇସି କରିବା ବାଧ୍ୟତାମୂଳକ ବୋଲି ନୋଟିସରେ ଲେଖାଯାଇଛି । ୨୨ ଅଗଷ୍ଟ ୨୦୨୪ରୁ ୨୫ ସେପ୍ଟେମ୍ୱର ମଧ୍ୟରେ ଇ-କେଓ୍ବାଇସି ଅପଡେଟ କରିବାକୁ ଏଥିରେ ଲେଖାଯାଇଛି। ଅପଡେଟ ନହେଲେ ରାସନ କାର୍ଡରୁ ନାଁ କଟିଯିବା ସହ ଆଉ ରାସନ ସାମଗ୍ରୀ ମିଳିବ ନାହିଁ ବୋଲି ଉଲ୍ଲେଖ ରହିଛି। ଦୀର୍ଘ ବର୍ଷ ହେବ ପାରାଲିସିସରେ ପୀଡିତ ଶାନ୍ତି ମହାପାତ୍ର। ପରିବାର କହିଲେ ସାଙ୍ଗରେ ଅଛନ୍ତି ଗୋଟିଏ ଝିଅ । ରୋଗୀଣା ମାଙ୍କୁ ଡିଲର ପାଖକୁ ନେବା ସମ୍ଭବ ନୁହଁ ବୋଲି କହିଛନ୍ତି ରୁକ୍ମଣୀ।

ଭୁବନେଶ୍ୱରର ଭରତପୁରରେ ଟୁକୁନି ନାୟକ ରହୁଥିବାବେଳେ ପୁଅ ଚେନ୍ନାଇରେ ଚାକିରି କରନ୍ତି । ଗତ କିଛି ମାସ ତଳେ ଧାର କରଜ କରି ଚେନ୍ନାଇ ଯାଇଥିବା ପୁଅ ଏବେ ଫେରିବା ସମ୍ଭବ ନୁହେଁ। 

ସେହିପରି ଛବିରାଣୀଙ୍କ ନିଜ ଘର ଗଜପତି ଜିଲ୍ଲାରେ। ଏବେର ଠିକଣା ଭୁବନେଶ୍ୱର ହୋଇଥିଲେ ବି ଗଞ୍ଜାମରେ ରହିଛି ତାଙ୍କର ଡିଲର ସଂସ୍ଥା । ଖର୍ଚ୍ଚାନ୍ତ ହୋଇ ଗାଁକୁ ଯିବା ସମ୍ଭବପର ହେବନାହିଁ ।

ରାଜ୍ୟ ବାହାରେ ଥିବା ଓଡିଶା ଲୋକ ସେହି ସ୍ଥାନରେ ଇ-କେଓ୍ବାଇସି ଅପଡେଟ କରିପାରିବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । କିନ୍ତୁ କିପରି କରିବେ ତାହାର କୌଣସି ଗାଇଡଲାଇନ ହୋଇନାହିଁ । 

ତେଣୁ ଇ-କେୱାଇସି ଅପଡେଟକୁ ନେଇ ସମସ୍ତଙ୍କ ମନରେ ଅନେକ ଦ୍ୱନ୍ଦ୍ୱ। ଯେଉଁ ଦ୍ୱନ୍ଦ୍ୱ ବିଭାଗୀୟ ଅଧିକାରୀ କିମ୍ୱା ମନ୍ତ୍ରୀ ତୁରନ୍ତ ଦୂର କରିବା ଜରୁରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe