କନକ ବ୍ୟୁରୋ: ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚାଲିଥିବାବେଳେ, କାହାର କଟିବ, କାହାର ରହିବ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ହିତାଧିକାରୀ । ଆଉ ଏତିକିବେଳେ ବଡ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment
  • ରାସନ କାର୍ଡକୁ ନେଇ ବଡ ଖବର
  • କଟିବ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ

ଓଡ଼ିଶାରେ ବହୁ ବିଦେଶୀ, ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି, ସେମାନଙ୍କୁ ରାସନ କାର୍ଡ ମିଳିଛି । ବର୍ଷ ବର୍ଷ ଧରି ସେମାନେ କାର୍ଡରେ ମାଗଣା ରାସନ ସାମଗ୍ରୀ ଉଠାଇ ଚାଲିଛନ୍ତି । ବଡ କଥା ହେଉଛି, ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟା ଥିବା ଜଣାପଡିଛି । ଆଉ ତାପରେ ଆକ୍ସନ ମୋଡରେ ଯୋଗାଣ ବିଭାଗ। ଏଭଳି କେତେ ବିଦେଶୀ ଓଡିଶାରେ ରାସନ କାର୍ଡ ପାଇଛନ୍ତି, ତଦନ୍ତ କରି ସେମାନଙ୍କ ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଧାନସଭାର ତଥ୍ୟ ଅନୁସାରେ ଓଡ଼ିଶାରେ ୧ଲକ୍ଷ ୫୭ ହଜାରରୁ ଅଧିକ ବାଙ୍ଗଲାଦେଶୀ ରହୁଛନ୍ତି। ମାଲକାନଗିରିରେ ସର୍ବାଧିକ ୧ଲକ୍ଷରୁ ଅଧିକ ବାଙ୍ଗଲାଦେଶୀ ଶରଣାର୍ଥୀ ରହୁଛନ୍ତି। ନବରଙ୍ଗପୁରରେ ୪୬ ହଜାରରୁ ଅଧିକ ବାଙ୍ଗଲାଦେଶୀ ରହୁଛନ୍ତି। ସେହିପରି ରାଜ୍ୟରେ ୩ହଜା ୭୪୦ରୁ ଅଧିକ ରୋହିଙ୍ଗ୍ୟା ଓଡିଶାରେ ରହୁଛନ୍ତି। ଭାରତ ସରକାରଙ୍କ ନିୟମ ଅନୁସାରେ ଅନୁପ୍ରବେଶକାରୀ ଦେଶର ନାଗରିକ ନୁହଁନ୍ତି। ହେଲେ, ପୂର୍ବ ସରକାର ଭୋଟ ହାତେଇବା ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ରୋହିଙ୍ଗ୍ୟାମାନଙ୍କୁ ସାମିଲ କରିଥିଲେ ବୋଲି ଅଭିଯୋଗ ଆଣିଛି ବିଜେପି। 

ଭୂତ ରାସନ କାର୍ଡ ଚିହ୍ନଟ କରିବାକୁ ନେଇ ବହୁ ହିତାଧିକାରୀ ଆଶା ଆଶଙ୍କାରେ ରହିଛନ୍ତି। ସେମାନଙ୍କର କଟିବ କି ରହିବ ସେ ନେଇ ଦ୍ୱନ୍ଦ୍ୱ ଭିତରେ ଅନୁପ୍ରବେଶ କରିଥିବା ଲୋକଙ୍କ ଭାଗ୍ୟ, ଭବିଷ୍ୟତ କଣ ହେବ?  ସେ ନେଇ ଚିନ୍ତାରେ ପଡିଛି ରାସନ ପାଇଥିବା ହିତାଧିକାରୀ ? ବିଶେଷକରି ରୋହିଙ୍ଗ୍ୟା ଓ ବାଙ୍ଗଲାଦେଶୀ ହିତାଧିକାରୀଙ୍କ ଚିନ୍ତା ବଢିଛି।